www.samajalive.in
Tuesday, December 9, 2025
26.1 C
Bhubaneswar

୨୦ମିନିଟର ବ୍ରେକ: ଚାଲିଗଲା ଚାକିରୀ

ସୁସେକ୍ସ: ବ୍ରିଟେନ ରେଳବାଇରେ କାର୍ଯ୍ୟତ ଜନୈକ କର୍ମଚାରୀ ମାତ୍ର ୨୦ମିନିଟ ବ୍ରେକ ନେବାରୁ ତାଙ୍କୁ ଚାକିରୀ ହରାଇବାକୁ ପଡ଼ିଛି। ପିଟର ଲି ନାମକ ଏହି ବ୍ୟକ୍ତି ବ୍ରିଟେନ ରେଳବାଇରେ ୪୪ବର୍ଷ ଧରି କାର୍ଯ୍ୟରତ ଥିଲେ। ଦକ୍ଷିଣ ସୁସେକ୍ସ ସ୍ଥିତ ଅରୁନଡାଲେ ଷ୍ଟେସନରେ ପିଟର ସିଗନାଲ ମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ରେଳବାଇର ଅଭିଯୋଗ ଅନୁଯାୟୀ ପିଟର ସେହି ସମୟରେ ସିଗନ୍ୟାଲ ବନ୍ଦ କରି ଚାଲିଗଲେ ଯେତେବେଳେ ଟ୍ରେନର ଗମନାଗମନ ଅଧିକ ଥିଲା। ଫଳରେ ଜନସାଧାରଣଙ୍କ ଜୀବନ ପ୍ରତି ଆଶଙ୍କା ଦେଖା ଦେଇଥିଲା। ଲିଟିଲ ହ୍ୟାମ୍ପଟନର ନିବାସୀ ପିଟର(୬୦)ଙ୍କ କହିବା ଅନୁଯାୟୀ ସେ ୬ଘଣ୍ଟାରୁ ଊଦ୍ଧ୍ୱର୍ ସମୟର ସିପ୍ଟ କରୁଥିଲେ, ତେଣୁ କାର୍ଯ୍ୟରେ ଥାଇ ମଧ୍ୟ ବ୍ରେକ୍‍ ନେବାର ଅଧିକାର ତାଙ୍କର ଥିଲା। ତେବେ ରେଳବାଇ ତାଙ୍କ ବିରୋଧରେ ଭୁଲ ତଥ୍ୟ ପ୍ରଦାନ କରିବା ସହ ଚାକିରୀରୁ ନିଲମ୍ବିତ କରିଛି। ଏହାକୁ ନେଇ ରେଳବାଇ କର୍ମଚାରୀ ଆନ୍ଦୋଳନ ମଧ୍ୟ କରିଥିଲେ। ଦୀର୍ଘ ୮ବର୍ଷ ଧରି ପିଟର ଏହି ମାମଲା ପାଇଁ କୋର୍ଟର ଦ୍ୱାରସ୍ତ ହୋଇ ୨୦୧୫ରେ ବିଜୟୀ ହୋଇଥିଲେ। ଘଟଣା ଦିନ ପିଟର କାର୍ଯ୍ୟରେ ଯୋଗ ଦେବା ସମୟରେ ତାଙ୍କ ସହ ଅନ୍ୟ କୌଣସି କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନଥିଲା। ସଗନାଲ ପ୍ରକ୍ରିୟାରେ କାର୍ଯ୍ୟରତ କିଛି ସମୟ ପରେ ବ୍ରେକ ପାଇଁ ଲାଇନ ପ୍ରବନ୍ଧକଙ୍କୁ ସୂଚନା ଦେଲେ। ତଥାପି ପିଟରଙ୍କୁ କାର୍ଯ୍ୟରେ ଅବହେଳା ଓ ଖରାପ ବ୍ୟବହାର କାରଣରୁ ତାଙ୍କୁ ଚାକିରୀରୁ ନିସ୍କାସିତ କରାଗଲା। ଅପରପକ୍ଷରେ ପିଟରଙ୍କ ଏହି ମାମଲାରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ମୋଟ୍‍ ୬୩୦୦ଜଣ ଲୋକ ଦସ୍ତଖତ କରି ପିଟରଙ୍କ ଆବେଦନକୁ ସମର୍ଥନ କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories