www.samajalive.in
Thursday, December 11, 2025
16.1 C
Bhubaneswar

ଚାଇନା ନ୍ୟୁଜ୍‌ ଆପ୍‌ ଉପରେ କଡ଼ାକଡ଼ି ହେବ ସରକାରୀ ନିୟନ୍ତ୍ରଣ

ନୂଆଦିଲ୍ଲୀ: ଏଣିକି ଡିଜିଟାଲ ମିଡିଆଗୁଡିକ​‌ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମା ୨୬% ନିର୍ଦ୍ଧାରଣ କରାଯାଇଛି। ଫଳରେ ଚାଇନା ନ୍ୟୁଜ୍‌ ଆପ୍‌ ଉପରେ ସରକାରୀ ନିୟନ୍ତ୍ରଣ କଡାକଡି ହୋଇଯିବ। ନିୟମାନୁଯାୟୀ, ୨୬% ଏଫ୍‌ଡିଆଇ ନିବେଶ ହୋଇଥିବା ଡିଜିଟାଲ ମିଡିଆ କମ୍ପାନୀର ସିଇଓ ଜଣେ ଭାରତୀୟ ହୋଇଥିବା ଆବଶ୍ୟକ। ତେବେ ୬୦ ଦିନରୁ ଅଧିକ ସମୟ କମ୍ପାନୀରେ କାର୍ୟ୍ୟ କରିବାକୁ ଥିବା ବିଦେଶୀ କର୍ମଚାରୀଙ୍କ ସମସ୍ତ ପ୍ରକାର ସୁରକ୍ଷାଗତ ମଞ୍ଜୁରୀ କରାଯିବା ଆବଶ୍ୟକ। ଏହି ସବୁ ନିୟମ ଲାଗୁ କରାଯିବା ଦ୍ବାରା କେବଳ ଚାଇନା କାହିଁକି ଦେଶର ଡିଜିଟାଲ ମିଡିଆରେ ନିବେଶ କରିବାକୁ ଥିବା ଅନ୍ୟ ବିଦେଶୀ କମ୍ପାନୀଗୁଡିକୁ ସରକାର କଡା ନିୟନ୍ତ୍ରଣ ମଧ୍ୟରେ ରଖିପାରିବେ।

ଦେଶରେ ସମ୍ପ୍ରତି ଡେଲି ହଣ୍ଲୋ, ୟୁଏସ୍‌ ନ୍ୟୁଜ୍‌, ଅପେରା ନ୍ୟୁଜ୍‌ ଏବଂ ନ୍ୟୁଜ୍‌ ଡଗ୍‌ ଭଳି ଚାଇନା ଏବଂ ବିଦେଶୀ ନିୟନ୍ତ୍ରଣାଧୀନ ଡିଜିଟାଲ ମିଡିଆ କମ୍ପାନୀ କାର୍ୟ୍ୟ କରୁଛନ୍ତି। ଏହି ସବୁ ଡିଜିଟାଲ ମିଡିଆ କମ୍ପାନୀ ଭାରତର ସ୍ବାର୍ଥ ସହ ୨୦୧୬ ଭଳି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ୟ୍ୟ କରିଛନ୍ତି। ଏଭଳି ଆଶଙ୍କା କରି ସରକାର ୨୦୧୯ ଅଗଷ୍ଟରେ ସରକାରୀ ରୁଟ୍‌ ଜରିଆରେ ଡିଜିଟାଲ ମିଡିଆ ମାଧ୍ୟମରେ ନ୍ୟୁଜ୍‌ ଅପଲୋଡ୍‌/ଷ୍ଟ୍ରିମିଂ କରିବା ନିମନ୍ତେ ୨୬% ଏଫ୍‌ଡିଆଇ ପ୍ରବେଶକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ଦେଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories