www.samajalive.in
Sunday, December 7, 2025
18.1 C
Bhubaneswar

ବନ୍ଦାଳ ଗ୍ରାମରେ ପଞ୍ଜାବ ନ୍ୟାସନାଲ ବ୍ୟଙ୍କ ତରଫରୁ ଆତ୍ମନିର୍ଭର ଗ୍ରାମ ସମ୍ପର୍କ ଅଭିଯାନ  

ବାଙ୍କୀ : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ ବ୍ଲକର ବନ୍ଦାଳନ ଗ୍ରାମପଂଚାୟତରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ ଆତ୍ମ ନିର୍ଭର ଭାରତ ଗ୍ରାମ ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କୁ କିପରି କର୍ମ ନିଯୁକ୍ତି ଯୋଗାଇ ଦିଆଯିବା ସହିତ ସରଳ ଏବଂ ସୁବିଧାରେ କିପରି ଋଣ ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ବ୍ୟାଙ୍କ ତରଫରୁ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ପରିଚାଳକ ଅନ୍ତର୍ଯ୍ୟାମି ମିଶ୍ର , ସହ ଶାଖା ପରିଚାଳକ କୋନ୍ଦ୍ରା ପ୍ରକାଶ , ରୋହିତ ବେହେରା, ଗୋବିନ୍ଦ ସାହୁ, ସୁଗ୍ରୀବ ତରାଇ ଯୋଗଦେଇ କାର୍ଯ୍ୟକ୍ରମର ଅଭିମୁଖ୍ୟ ସଂପର୍କରେ ମହିଳାମାନଙ୍କୁ ବୁଝାଇଥିଲେ । ସମାଜ ସେବୀ ଲମ୍ବୋଧର ରାଉତ, ସରୋଜ ବେହେରାଙ୍କ ସମେତ ମା’ଦୁର୍ଗା ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ମା’ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ, ତ୍ରିନାଥ ସ୍ୱୟଂସହାୟକ ଗୋଷ୍ଠୀ, ଶନିଶ୍ଚର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories