www.samajalive.in
Sunday, December 7, 2025
26.1 C
Bhubaneswar

ନୀରବ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ଇଣ୍ଟରପୋଲ ଜାରିକଲା ରେଡ଼ କର୍ଣ୍ଣର ନୋଟିସ

ପଞ୍ଜାବ ନେସନାଲ ବ୍ୟାଙ୍କର ଋଣ ଦୁର୍ନୀତିରେ ସମ୍ପୃକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ସମସ୍ୟା ଆହୁରି ବଢ଼ିଛି । ମଙ୍ଗଳବାର ଇଣ୍ଟରପୋଲ ନୀରବ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ରେଡ଼କର୍ଣ୍ଣର ନୋଟିସ ଜାରି କରିଛି । ଏହି ନୋଟିସ ତାଙ୍କ ପତ୍ନୀଙ୍କ ବିରୋଧରେ ଭାରତରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲା ସହ ଜଡ଼ିତ ବୋଲି ସୂଚନା ମିଳିଛି ।

ଇଣ୍ଟରପୋଲର ରେଡ଼ କର୍ଣ୍ଣର ନୋଟିସର ଅର୍ଥହେଉଛି ଅନ୍ତରାଷ୍ଟ୍ରୀୟ ଗିରଫ ୱାରେଣ୍ଟ । ଏହା ପ୍ରତ୍ୟର୍ପଣ ପ୍ରକ୍ରିୟାରେ ମଧ୍ୟ ଏକ ଅଂଶବିଶେଷ । ପୂର୍ବରୁ ଇଣ୍ଟରପୋଲ ନୀରବ ମୋଦୀ, ତାଙ୍କ ଭାଇ ନେହଲ ମୋଦୀ, ଭଉଣୀ ପୂର୍ବୀଙ୍କ ବିରୋଧରେ ମଧ୍ୟ ରେଡ଼କର୍ଣ୍ଣର ନୋଟିସ ଜାରି କରିଥିଲା । ନୀରବ ଓ ତାଙ୍କ କମ୍ପାନୀ ବିରୋଧରେ ବ୍ୟାଙ୍କର ୧୪ହଜାର କୋଟି ଟଙ୍କାର ଦୁର୍ନୀତି, ଠକେଇ ଅଭିଯୋଗ ହୋଇଛି ଏବଂ ଏହି ମାମଲାର ତଦନ୍ତ ଚାଲିଛି । ନୀରବ ମୋଦୀ ୨୦୧୯ରେ ଲଣ୍ଡନରେ ଗିରଫ ହୋଇଛନ୍ତି ଓ ବର୍ତମାନ ସେଠାରେ ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି ।

ନୀରବଙ୍କ ସମ୍ପର୍କୀୟ ତଥା ଅନ୍ୟ ଅଭିଯୁକ୍ତ ମେହୁଲ ଚୋକସି ବର୍ତମାନ କ୍ୟାରିବୀୟ ଦ୍ବୀପପୁଞ୍ଜ ଏଣ୍ଟିଗାରେ ରହୁଛନ୍ତି । ତାଙ୍କୁ ସେଠାକାର ନାଗରିକତ୍ବ ମିଳିଛି । ନିଜ ଅସୁସ୍ଥତା ଦର୍ଶାଇ ସେ ଭାରତ ଫେରିବାକୁ ଚାହୁଁନାହାନ୍ତି । ନୀରବ ଓ ମେହୁଲ ଚୋକସି ଉଭୟ ଋଣ ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି । ସିବିଆଇର ଚାର୍ଜସିଟ୍ ଅନୁସାରେ ନୀରବ ମୋଦୀ ୬୪୯୮.୨ କୋଟି ଓ ମେହୁଲ ଚୋକସି ୭୦୮୦.୮୬ କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ୨୦୧୮ରେ ସିବିଆଇ ମାମଲା ରୁଜୁ କରିବା ପୂର୍ବରୁ ଉଭୟ ଭାରତ ଛାଡ଼ି ଫେରାର ହୋଇଯାଇଥିଲେ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories