www.samajalive.in
Monday, December 8, 2025
24.1 C
Bhubaneswar

ସତର୍କ ନହେଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି। ଦୈନିକ ପଜିଟିଭ ସଂଖ୍ୟା ଅଢ଼େଇ ଶହରୁ କମ୍‍ ରହୁଛି। ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକେ ଅଧିକ ସର୍ତକ ନ ହେଲେ ପୁଣି ସଂକ୍ରମଣ ବଢ଼ିପାରେ ବୋଲି ବିଏମ୍‍ସି କମିସନର କହିଛନ୍ତି। ଏବେ ପ୍ରାୟ ୭୫ ପ୍ରତିଶତ ଆକ୍ରାନ୍ତ ହୋମ୍‍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା କମିବା ଏବଂ ଅଧିକ ସଂଖ୍ୟକ ପଜିଟିଭ ଘରେ ରହି ଚିକିତ୍ସିତ ହେଉଥିବାରୁ କୋଭିଡ ହସ୍ପିଟାଲରେ ଶଯ୍ୟା ଖାଲି ହେବାରେ ଲାଗିଛି। ପାଖାପାଖି ଅଧା ଶଯ୍ୟା ଖାଲି ପଡ଼ିଛି। ବିଭିନ୍ନ କୋଭିଡ ହସ୍ପିଟାଲରେ ୪ଶହରୁ ଊର୍ଦ୍ଧ୍ବ ଆଇସିୟୁ ରହଛି। ସେଥିରୁ ଗୁରୁବାର ସୁଦ୍ଧା ୧୦୦ଟି ଆଇସିୟୁ ବେଡ୍‍ ଖାଲି ପଡ଼ିଛି। ଆକ୍ରାନ୍ତ ନ ଥିବାରୁ ଜାମୁଝରି ଓ ଜଟଣୀରେ ଥିବା କୋଭିଡ କେୟାର ସେଣ୍ଟରକୁ ବନ୍ଦ କରି ଦିଆଯାଇଛି ବୋଲି ବିଏମ୍‍ସି ମୁଖ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମିସନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ସରକାରଙ୍କ ନିର୍ଦେଶାନାମା ଅନୁଯାୟୀ ଭୁବନେଶ୍ୱରରେ ୧୮ଟି ଘରୋଇ ହସ୍ପିଟାଲରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ସଂରକ୍ଷିତ ରହିଛି। ଗାଇଡ୍‍ଲାଇନ୍‍ ଅନୁସାରେ ଭୁବନେଶ୍ୱରରେ ୭୧୨ଜଣ ଆକ୍ରାନ୍ତଙ୍କୁ ଫାବିପିରାଭିର୍‍ ଔଷଧ ଦିଆଯାଇଛି। ଯେଉଁ ଆକ୍ରାନ୍ତଙ୍କର କମ୍‍ ଲକ୍ଷଣ ରହିଛି, ସେମାନଙ୍କୁ ଏହି ଔଷଧ ଦିଆଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଆର୍‍ଆର୍‍ଟି ଗଠିତ ହୋଇଛି। ପ୍ରତି ୭-୮ଟି ଟିମ୍‍ ସହିତ ଜଣେ ଲେଖାଏଁ ଏମ୍‍ବିବିଏସ୍‍ ଡାକ୍ତର ମଧ୍ୟ ଆକ୍ରାନ୍ତଙ୍କ ଘରକୁ ଗସ୍ତ କରୁଛନ୍ତି। ଯାଞ୍ଚ ପରେ ଯେଉଁ ଆକ୍ରାନ୍ତଙ୍କର ଫାବିପିରାଭିର୍‍ ଆବଶ୍ୟକ ପଡ଼ୁଛି ସେମାନଙ୍କୁ ଏହା ଦିଆଯାଉଛି। ଏହି ଟିମ୍‍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରି ଔଷଧ ଦେଉଛନ୍ତି। ଔଷଧ ସେବନର ପ୍ରଣାଳୀ ଓ ସ୍ୱାସ୍ଥ୍ୟର ଅଗ୍ରଗତି ସମ୍ପର୍କରେ ସେମାନଙ୍କୁ ପଚାରି ବୁଝୁଛନ୍ତି ବୋଲି କମିସନର କହିଛନ୍ତି। ଦୁର୍ଗାପୂଜା ସମୟରେ ଷଷ୍ଠୀ ଓ ସପ୍ତମୀ ତିଥିରେ ବଜାରରେ ପ୍ରବଳ ଭିଡ଼ ରହୁଥିବାରୁ ବାହାରକୁ ଯିବା ପୂର୍ବରୁ ସତର୍କ ରହିବାକୁ ସେ କହିଛନ୍ତି। ସେହିପରି ପୂଜା ପାଇଁ ସପିଂ କମ୍‍ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ଚୌଧୁରୀ ଉଦାହରଣ ଦେଇ କହିଛନ୍ତି, କେରଳରେ ବିଗତ ଦିନରେ କରୋନା ସଂକ୍ରମଣ କମିଥିଲା, କିନ୍ତୁ ଓନାମ ପର୍ବ ସମୟରେ ଲୋକେ ଏକତ୍ର ହେବା ପରେ ଏହା ପୁଣି ଥରେ ବ୍ୟାପିଛି। ସେହିପରି ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ କରୋନା କମିଥିଲା। ମାତ୍ର ଲୋକଙ୍କ ଅସାବଧାନତା ଯୋଗୁଁ ସଂକ୍ରମଣ ପୁଣି ଆରମ୍ଭ ହୋଇଛି। ତେଣୁ ପାର୍ବଣ ଋତୁ ସମୟରେ ଆମକୁ ଅଧିକ ସତର୍କ ରହିବାକୁ ହେବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories