www.samajalive.in
Sunday, December 14, 2025
26.1 C
Bhubaneswar

ପର୍ଯ୍ୟଟକଙ୍କ ପାଇଁ ‘ଭୟର ସହ ନୁହେଁ, ସତର୍କତା ସହ ପରିଭ୍ରମଣ’ ସଚେତନତା ସୃଷ୍ଟି କରୁଛନ୍ତି ୬ ଟୁର୍‌ ଅପରେଟର

ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ଏବଂ ମେ’ ଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟ୍ସ ପକ୍ଷରୁ ଦେଶର ପ୍ରମୁଖ ୬ଜଣିଆ ଟୁର୍‌ ଅପରେଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଟୁର୍‌ ଅପରେଟର୍‌ମାନେ ପର୍ଯ୍ୟଟନ ଅଭିଯାନର ‘ଭୋକାଲ୍‌ ଫର ଲୋକାଲ୍‌’ ପ୍ରଚାରରେ ସାମିଲ ହୋଇଛନ୍ତି। ପର୍ଯ୍ୟଟକମାନଙ୍କ ମଧ୍ୟରେ ‘ଭୟର ସହ ନୁହେଁ, ସତର୍କତା ସହ ପରିଭ୍ରମଣ’ କରନ୍ତୁ ସଚେତନତା ସୃଷ୍ଟି କରିବା ଏହି ଟୁର୍‌ ଅପରେଟର୍‌ଙ୍କ ଲକ୍ଷ୍ୟ ରହିଛି। ସେମାନେ ସାରା ଦେଶରେ ୧୮,୦୦୦ କିଲୋମିଟର ଅତିକ୍ରମ କରିବେ। ୩୪ଦିନରେ ୨୯ଟି ରାଜ୍ୟ ଓ ୫ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ ସମୟରେ ‘ଭୟର ସହ ନୁହେଁ, ସତର୍କତା ସହ ପରିଭ୍ରମଣ’ କରନ୍ତୁ ବୋଲି ସଚେତନତା ସୃଷ୍ଟି କରିବେ। ଏହି ଅବସରରେ ଟୁର୍‌ ଅପରେଟର୍‌ ଥୋମାସ୍‌ କୋଶି, ପାୱନ ଦୁବେ, ରାଜୀବ ଶାହ, ନିତିନ୍ ଗୁପ୍ତା, ରିତେଶ ପରେଖ ଓ ସଞ୍ଜୟ ପଟେଲ୍‌ଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସାରା ଦେଶ ପରିଭ୍ରମଣ କରି ପର୍ଯ୍ୟଟକଙ୍କୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖି ଭୁବନେଶ୍ବରରେ ପହଞ୍ଚିଥିବା ଟୁର୍‌ ଅପରେଟର୍‌ମାନେ ଓଡ଼ିଶାର ଆତିଥ୍ୟକୁ ପ୍ରଶଂସା କରିଥିଲେ। ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ସମ୍ପକରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ଆଲୋକପାତ କରିଥିଲେ। ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ଯାଦବ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସିଏଫ୍‌ ଏଚ୍‌.ପି.ଉପାଧ୍ୟାୟ, ଏଏଆଇ ନିର୍ଦେଶକ ଭି.ଭି.ରାଓ, ଡିସିଏଫ୍‌ ଅଂଶୁ ଦାସ, ଆଇଏଚ୍‌ଏମ୍‌ ଅଧ୍ୟକ୍ଷ ଶାରଦା ଘୋଷ, ମେ ଫେୟାର୍‌ ହୋଟେଲ୍‌ ଆଣ୍ଡ ରିସର୍ଟ୍ସ ଇଡି ସୌଭାଗ୍ୟ ମହାପାତ୍ର ଯୋଗଦେଇଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories