ଦୁବାଇ : ଚଳିତ ଆଇପିଏଲ୍ରେ ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ପାଇଁ ଖେଳୁଥିବା କ୍ରିକେଟରଙ୍କୁ ନେଇ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଦାୟିତ୍ବରେ ଥିବା ୩ ଜଣ ସେମାନଙ୍କ ଶ୍ରେଷ୍ଠ ଆଇପିଏଲ୍ ଏକାଦଶ ବାଛିଛନ୍ତି। ଅଦ୍ୟାବଧି ଖେଳା ଯାଇଥିବା ମ୍ୟାଚ୍ରେ ପ୍ରଦର୍ଶନ ଦେଖି ୱେଷ୍ଟଇଣ୍ଡିଜ୍ର ଇଆନ୍ ବିଶପ୍, ଅଷ୍ଟ୍ରେଲିଆର ମାଇକେଲ ସ୍ଲେଟର ଓ ନ୍ୟୁଜିଲାଣ୍ଡର ସାଇମନ୍ ଡୁଲ୍ ସେମାନଙ୍କର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି। ତେେବ ୩ଟିଯାକ ଏକାଦଶରେ ଦୁଇ ଭାରତୀୟ ମହେନ୍ଦ୍ର ସିଂହ ଧୋନି କିମ୍ବା ବିରାଟ କୋହଲି ନାହାନ୍ତି। କୈରନ୍ ପୋଲାର୍ଡ ବିଶପ୍ଙ୍କ ଦଳର ଅଧିନାୟକ ଥିବା ବେଳେ ଏଥିରେ କେ.ଏଲ୍. ରାହୁଲ, ଯଶପ୍ରୀତ ବୁମ୍ରା ଓ ରସିଦ୍ ଖାଁଙ୍କ ପରି ଖେଳାଳି ରହିଛନ୍ତି। ସ୍ଲେଟରଙ୍କ ଦଳରେ ଶ୍ରେୟାସ ଆୟର ଅଧିନାୟକ ଥିବା ବେଳେ ଏଥିରେ ଋଷଭ ପନ୍ତ୍ ଓ ମୟଙ୍କ ଅଗ୍ରୱାଲଙ୍କ ପରି ଭାରତୀୟ ଖେଳାଳି ରହିଛନ୍ତି। ଡୁଲ୍ଙ୍କ ଏକାଦଶରେ ଏବି ଡି’ଭିଲିଅର୍ସ ଅଧିନାୟକ ଥିବା ବେଳେ ଏଥିରେ ବରୁଣ ଚକ୍ରବର୍ତ୍ତୀ ଓ କାଗିସୋ ରାବାଡାଙ୍କ ପରି ଖେଳାଳି ରହିଛନ୍ତି। ତେବେ ୩ଟିଯାକ ଦଳରେ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ୨ ଖେଳାଳି ଶ୍ରେୟାସ ଆୟର ଓ କାଗିସୋ ରାବାଡ଼ା ରହିଛନ୍ତି।
Popular Categories



