www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରନ୍ତୁ ଉଦ୍ୟୋଗ ସମୂହ : ଧର୍ମେନ୍ଦ୍ର ପ୍ରଧାନ

-ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ହେବ ଗେମଚେଞ୍ଜର
-ଆତ୍ମଭାରତ ନିର୍ମାଣରେ ଓଡ଼ିଶାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା
-ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦୋୟ ମିଶନର ରହିବ ବଡ ଭୂମିକା
-ଯାଜପୁର କଳିଙ୍ଗନଗରକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳି କରିବା ଲକ୍ଷ୍ୟ
-ବିଗତ ୬ ବର୍ଷରେ ଶିଳ୍ପ କ୍ଷେତ୍ରର ଅଗ୍ରଗତି ନିମନ୍ତେ ଅନେକ ସଂସ୍କାର ଅଣାଯାଇଛି
-ରାଜ୍ୟରେ ରୋଜଗାର ସୃଷ୍ଟି ଏବଂ ସ୍ଥାନୀୟ ଅର୍ଥନୀତିର ବିକାଶ ଦିଗରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ଉଦ୍ୟୋଗ ସମୂହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଗୁରୁବାର ଇଣ୍ଡିଆନ ଚାମ୍ବର ଅଫ୍‍ କମର୍ସ(ଆଇସିସି) ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ’ ଇ-ସମ୍ମିଳନୀରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଥିବା ଆତ୍ମନିର୍ଭର ଭାରତ ଯୋଗଦାନରେ ଓଡ଼ିଶାର ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଯେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରର ଅଗ୍ରଗତି ଲାଗି
ଅନେକ ସଂସ୍କାର ଆଣିଛନ୍ତି ଓ ଅନେକ ବିକାଶମୂଳକ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପେଟ୍ରୋକେମିକାଲ, କୋଇଲା, ଆଲୁମିନିୟମ, ଶକ୍ତି ଉତ୍ପାଦନ, ବକ୍ସସାଇଟ୍‍, ଇସ୍ପାତ୍‍, ଖଣିଜ ପଦାର୍ଥ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଓଡ଼ିଶାରେ ଥିବା ଖଣିଜ ସମ୍ବଳ ଏବଂ ବୃହତ ବନ୍ଦର ଯଥା ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରାଜ୍ୟ ଶିଳ୍ପ ଅଭିବୃଦ୍ଧିକୁ ଗତିଶୀଳ କରିବାର କ୍ଷମତା ରଖିଛି। ଇସ୍ପାତ୍‍, ପେଟ୍ରୋକେମିକାଲ କ୍ଷେତ୍ର ଏବଂ ଏହାର ସହଯୋଗୀ ଶିଳ୍ପର ଅପାର ସମ୍ଭାବନାର ସୁଯୋଗ ରଖିଥିବା ବେଳେ ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ଗେମ୍‍-ଚେଞ୍ଜର ହୋଇପାରେ ବୋଲି ସେ କହିଛନ୍ତି।
ସେହିପରି ପୂର୍ବ ଭାରତର ବିକାଶ ନ ହେଲେ ସମଗ୍ର ଭାରତ ବର୍ଷର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ତେଣୁ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ପୂର୍ବୋଦୟ ମିଶନ ଆରମ୍ଭ କରିଛନ୍ତି। ଏହି ପୂର୍ବୋଦୟ ମିଶନରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ ରଖାଯାଇଛି।ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବ। ଷ୍ଚିଲ କ୍ଲଷ୍ଟରର ବିକାଶରେ ମିଶନ ପୂର୍ବୋଦୟ ସହାୟକ ହେବ ଏବଂ ଅଧିକ ଇସ୍ପାତ୍‍ ଉତ୍ପାଦନ କରିବାର ମାର୍ଗ ପ୍ରସ୍ତୁତ କରିବ। ତେବେ ପୂର୍ବ ଭାରତର କେନ୍ଦ୍ରରେ ଓଡ଼ିଶା ଥିବାରୁ ଏହି ରାଜ୍ୟର ଥିବା ସମ୍ଭାବନାକୁ ସୁଯୋଗରେ ପରିଣତ କରିବା ପାଇଁ ଶିଳ୍ପ ସଂସ୍ଥା ସମୂହଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।
ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଅର୍ଥନୀତିର ପୁନଃଉଦ୍ଧାରରେ ଶିଳ୍ପ ଏବଂ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଉଦ୍ୟୋଗୀମାନେ ଓଡ଼ିଶାରେ ଏହି ସବୁ କ୍ଷେତ୍ରରେ ଅଂଶୀଦାର ହୋଇ କାମ କରିବାର ଆବଶ୍ୟକତା ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବା ସହ ଅର୍ଥନୀତି ତ୍ୱରାନ୍ୱିତ ହେବ। ଆତ୍ମନିର୍ଭର ଭାରତ ନିର୍ମାଣରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ଏହି ଇ-ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ, ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ଆଇସିସିର ସଭାପତି ମୟଙ୍କ ଜଲମ, ଆଇସିସି ଓଡ଼ିଶା ପରିଷଦର
ଚେୟାରମ୍ୟାନ ଏମ.ସି ଥୋମାସ ଏବଂ କୋ-ଚେୟାରମ୍ୟାନ ଜେ.ବି ପାନି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories