www.samajalive.in
Wednesday, December 10, 2025
23.1 C
Bhubaneswar

ଉତ୍କୃଷ୍ଟ ସିଏସଆର୍ କାର୍ଯ୍ୟକ୍ରମ ପାଇଁ ନାଲକୋ ପୁରସ୍କୃତ

ଭୁବନେଶ୍ୱର: ସମାଜ ଏବଂ ଲୋକମାନଙ୍କ ପ୍ରତି ଅବିସ୍ମରଣୀୟ ପ୍ରତିବଦ୍ଧତା ଏବଂ ଯତ୍ନଶୀଳ ଦୃଷ୍ଟିକୋଣ ରଖିଥିବା, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ପିଏସୟୁ, ନ୍ୟାସନାଲ ଆଲୁମନିୟମ କମ୍ପାନୀଲିମିଟେଡ (ନାଲକୋ)କୁ ସିଏସଆର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆଇସିସି ପିଏସଇ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଅନଲାଇନରେ ଇଣ୍ଡିୟାନ ଚାମ୍ବର ଅଫ କମର୍ସ ଦ୍ବାରା ଆୟୋଜିତ ୧୦ମ ପବ୍ଲିକ୍ ସେକ୍ଟର ଏଜଣ୍ଡା ମିଟରେ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ଜଣେ ଦାୟୀତ୍ୱଶୀଳ କର୍ପୋରେଟ ହିସାବରେ ନାଲକୋ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ସିଏସଆର ପ୍ରକଳ୍ପ କାର୍ଯ୍ୟ କରି ଆସୁଛି, ଯେଉଁଥିରେ ଇନ୍ଦ୍ରଧନୁସ୍ (କୋରାପୁଟର ଆଦିବାସୀ ପିଲାମାନଙ୍କ ପାଇଁ ଆବାସିକ ଶିକ୍ଷା କାର୍ଯ୍ୟକ୍ରମ), ଅନୁଗୁଳ ଏବଂ ଦମନଯୋଡ଼ିଠାରେ ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ, ବାଳିକାମାନଙ୍କୁ ଶିକ୍ଷିତ ଏବଂ ସଶକ୍ତ କରିବାପାଇଁ ‘ନାଲକୋ କି ଲଡଲି’ ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।

- Advertisement -

ଏହା ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍-୧୯ ସଙ୍କଟ ମଧ୍ୟରେ ନାଲକୋ ଅନେକ ପଦକ୍ଷେପ ଗ୍ରହଣ କରିଛି।  ଏହି ମହାମାରୀର ମୁକାବିଲା ପାଇଁ ନାଲକୋ ଉଭୟ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କୁ ସାହାଯ୍ୟର ହାତ ବଢାାଇଛି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories