ନୂଆଦିଲ୍ଲୀ :ଦେଶରେ କିଛି ଦିନ ହେବ ନୂଆ କରୋନା ପଜିଟିଭିଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କିଛି ସପ୍ତାହ ପୂର୍ବରୁ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର ହେଉଥିବା ବେଳେ ଏହା ହ୍ରାସ ହେଉଥିବା ଦେଖାଯାଉଛି। ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬ରେ ପହଞ୍ଚିଛି। ଏହାସହ ୨୪ ଘଣ୍ଟାରେ ନୂଆ ୬୭, ୭୦୮ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ୬୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭ହଜାର ୯୮କୁ ବୃଦ୍ଧି ପାଇଛି। ୮,୧୨,୩୯୦ ଚିକିତ୍ସାଧୀନ ଅବସ୍ଥ୍ାରେ ରହିଥିବା ବେଳେ ୬୩,୮୩,୪୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
Popular Categories



