www.samajalive.in
Friday, December 5, 2025
26.1 C
Bhubaneswar

ବୟସ ଅନୁଯାୟୀ ପ୍ରତିଦିନ କେତେ କ୍ଷୀର ଖାଇବା ଉଚିତ୍ ?

କ୍ଷୀରର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ଏହାର ସେବନ ଦ୍ବାରା କେବଳ ହାଡ ମଜବୁତ ହୁଏ ତାହା ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଅଧ୍ୟୟନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ କ୍ଷୀର ସେବନ ଦ୍ବାରା ଉତ୍ତମ ସ୍ୱାସ୍ଥ୍ୟ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ସେବନ ମଧୁମେହ, ମେଦବହୁଳତା, ହୃଦରୋଗ ଏବଂ ଅନେକ ପ୍ରକାରର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏଭଳି ପରିସ୍ଥିତିରେ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ, ବୟସ ଅନୁଯାୟୀ ପ୍ରତିଦିନ କେତେ କ୍ଷୀର ସେବନ କରିବା ଉଚିତ୍ । ଯାହା ଆମ ଶରୀର ପାଇଁ ଲାଭଦାୟକ ହେବ। ଆସନ୍ତୁ ଜାଣିବା ଏହା ବିଷୟରେ …

ପ୍ରସବ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ : ଜନ୍ମରୁ ଛଅ ମାସ ପର୍ଯ୍ୟନ୍ତ ପିଲାମାନଙ୍କୁ କେବଳ ସ୍ତନ୍ୟପାନ କରିବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଏହି ବୟସରେ ପିଲାମାନେ ଅଧିକ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରନ୍ତି, ଯାହାକି ସେମାନେ କେବଳ ମା’ର କ୍ଷୀରରୁ ପାଇପାରିବେ । ବିଶେଷଜ୍ଞମାନେ କହିଛନ୍ତି ଯେ ପିଲାଟି ଏକ ବର୍ଷ ବୟସ ପର୍ଯ୍ୟନ୍ତ, ସେମାନେ ଗାଈ କ୍ଷୀର ଦେବା ଉଚିତ୍ ନୁହେଁ, କାରଣ ଏହା ସେମାନଙ୍କୁ ଅନେକ ସମସ୍ୟା ଦେଖା ଦେଇପାରେ।

- Advertisement -

ଏକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ : ଏକରୁ ତିନି ବର୍ଷ ବୟସର ପିଲାମାନଙ୍କୁ ପ୍ରତିଦିନ ୧୦୦ରୁ ୨୦୦ ମିଲି କ୍ଷୀର ସେବନ କରିବା ଉଚିତ୍। ଯାହା ଫଳରେ ସେମାନେ ଉପଯୁକ୍ତ ପରିମାଣର କ୍ୟାଲସିୟମ ପାଇପାରିବେ । କ୍ଷୀର ବ୍ୟତୀତ ଆପଣ ପିଲାମାନଙ୍କୁ ଦହି ଏବଂ କ୍ଷୀରରେ ନିର୍ମୀତ ସାମଗ୍ରୀ ମଧ୍ୟ ଉପଯୁକ୍ତ ପରିମାଣରେ ଦେଇପାରିବେ ।

ଚାରିରୁ ୧୦ ବର୍ଷ ବୟସ : ଚାରି ରୁ ୧୦ ବର୍ଷ ବୟସର ପିଲାମାନଙ୍କୁ ପ୍ରତିଦିନ ୨୦୦ରୁ ୩୦୦ ମିଲିଲିଟର କ୍ଷୀର ଖାଇବାକୁ ଦେବା ଆବଶ୍ୟକ । ଏହା ସେମାନଙ୍କର ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଆପଣ ସେମାନଙ୍କୁ କ୍ଷୀରରେ ନିର୍ମିତ ଖାଦ୍ୟ ମଧ୍ୟ ଦେଇପାରିବେ ।

୧୧ରୁ ୧୮ ବର୍ଷ ବୟସ : ଏହି ବୟସରେ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବହୁତ ଦ୍ରୁତ ଗତିରେ ହୋଇଥାଏ । ତେଣୁ ୧୧ରୁ ୧୮ ବର୍ଷ ବୟସର ପିଲାମାନେ ପ୍ରତିଦିନ ଅତି କମରେ ତିନି କପ୍ କ୍ଷୀର ସେବନ କରିବା ଜରୁରୀ ।

୧୮ ବର୍ଷରୁ ଅଧିକ ବୟସ୍କ ଲୋକମାନେ ପ୍ରତିଦିନ କେତେ କ୍ଷୀର ପିଇବା ଉଚିତ୍?

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ରିପୋର୍ଟ ଅନୁଯାୟୀ, ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ଉଚିତ୍। କାରଣ ଏହି ବୟସରେ ସେମାନଙ୍କୁ ପ୍ରତିଦିନ ୬୦୦ ମିଗ୍ରା କ୍ୟାଲସିୟମ୍ ଦରକାର । ଏହି ବୟସର ଲୋକମାାନେ ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇଲେ ମଧ୍ୟ କୌଣସି ଅସୁବିଧା ନାହିଁ । ଏହା ବ୍ୟତୀତ ଆପଣ କ୍ୟାଲସିୟମ ଆବଶ୍ୟକତା ପୂରଣ କରିବା ପାଇଁ ମସୁର ଡାଲି, ଡାଲି କିମ୍ବା ସବୁଜ ପନିପରିବା ଖାଇପାରିବେ ।

ସୂଚନା : ଆପଣଙ୍କୁ ସାଧାରଣ ସୂଚନା ପ୍ରଦାନ କରିବାକୁ ଏହି ପରାମର୍ଶ ଦିଆଯାଇଛି । କିଛି ସେବନ କରିବା ପୂର୍ବରୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories