www.samajalive.in
Friday, December 12, 2025
15.1 C
Bhubaneswar

୧୮ ଜଣିଆ ହାତୀପଲ ଆତଙ୍କ, ଜଣଙ୍କୁ ଦଳିଦେଲା ଦନ୍ତା

ସାରନଗରୀ: ଦିନକୁ ଦିନ ଲାଠିକଟା ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି। ଯାହାକି ନିକଟବର୍ତ୍ତି ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ବନବିଭାଗ ଓ ଗ୍ରାମବାସୀ ମାନଙ୍କୁ ପୂର୍ବରୁ ବହୁବାର ହାତୀ ଘଉଡ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲେ ସୁଦ୍ଧା, ହାତୀ ମାନେ ପୁର୍ନବାର ଜନବସତି ଅଞ୍ଚଳକୁ ଧସେଇ ପସୁଛନ୍ତି, ଯାହା ଦ୍ୱାରା ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଦିନ ସମୟରେ ହାତୀଙ୍କ ଉପଦ୍ରବରୁ ବର୍ତିବା ସମ୍ଭବ ହେଉଥିଲେ ହେଁ, ରାତ୍ରି ସମୟରେ ହାତୀ ଆକ୍ରମଣ ଆଶଙ୍କା ଅଧିକ ରହୁଛି। ହାତୀପଲ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଯାହାକି ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ସାଜିଛି। ହାତୀପଲ ଫସଲ ନଷ୍ଟ କରିବା ସହ ଧାନ, ଚାଉଳ ଖାଇ ଦେଉଛନ୍ତି। ଏହାଛଡ଼ା ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହିତ, ହାତୀ ଆକ୍ରମଣରେ ଲୋକେ ଗୁରୁତର ଅବା ମୃତ୍ୟୁମୁଖରେ ପଡ଼ିବା ବହୁବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ୧୮ ଜଣିଆ ହାତୀପଲ ଲାଠିକଟା ବ୍ଲକର ସୋନାପର୍ବତ, କନରସୁଆଁ, ସିଉଡ଼ିହି,ଠେପାଟୋଲି ନିକଟରେ ଆତଙ୍କ ଜାହିର କରିବାରେ ଲାଗିଛନ୍ତି। ଏହି ୧୮ ଜଣିଆ ହାତୀପଲରେ ୮ଟି ମାଈ ହାତୀ, ୫ଟି ଦନ୍ତା ଓ ୫ଟି ଛୁଆ ହାତୀ ରହିଥିବା ଜଣାପଡ଼ିଛି ।

- Advertisement -

ହାତୀପଲ ସୋନାପର୍ବତ ଅଂଚଳରେ ବିଚରଣ କରିବା ଦେଖିବାକୁ ମିଳିଥିଲା । ବନବିଭାଗ କର୍ମଚାରୀ ମାନେ ୧୮ ଜଣିଆ ହାତୀପଲଙ୍କୁ ଘଉଡ଼ାଇଥିଲେ। ହାତୀପଲ ସିଉଡ଼ିହି ଅଭିମୁଖେ ଯିବା ପରେ ଏନ୍‌ଏଚ୍‌-୧୪୩ କଡ଼କଡ଼େ ହାତୀପଲଙ୍କୁ ନିଆଯାଉଥିବା ସମୟରେ ସିଉଡ଼ିହି ବ୍ରିଜ ଠାରୁ କିଛି ଦୂରରେ ରଜାବସା ଗ୍ରାମର ଖୁଚୁଟୋଲିର ୪୫ ବର୍ଷିୟ ତିଲକ ସିଂ ଭୂମିଜ ଗତକାଲି ରାତ୍ରି ପ୍ରାୟ ସମୟରେ ହାତୀପଲଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଏକ ଦନ୍ତା ହାତୀ ତିଲକଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣର ଶୀକାର ହୋଇ ସେ ରକ୍ତାକ୍ତ ହୋଇ ଛଟପଟ ହେଉଥିବା ବେଳେ, ବନବିଭାଗ ସହାୟତାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପଟାଲ(ଆରଜିଏଚ)ରେ ଚିକିତ୍ସା ଲାଗି ଭର୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତିଲକ ସିଂଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଲାଠିକଟା ଥାନାରେ ଏକ ମାମଲା ରୁଜୁ ହୋଇଛି।। ବାରମ୍ବାର ହାତୀପଲ ଲାଠିକଟାର ବିିଭିନ୍ନ ଅଂଚଳରେ ଘୁରି ବୁଲିବା ବନବିଭାଗର ଚିନ୍ତାକୁ ବଢାଇ ଦେଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories