www.samajalive.in
Wednesday, December 10, 2025
16.1 C
Bhubaneswar

ଛେଳି ଚୋରଙ୍କୁ ଷ୍ଟ୍ରିଟ ଲାଇଟ ଖୁଣ୍ଟରେ ବାନ୍ଧିଲେ ଲୋକେ, ଗିରଫ କଲା ତୁରୁମୁଙ୍ଗା ପୁଲିସ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଛକରେ ଥିବା ଷ୍ଟ୍ରିଟ ଲାଇଟ ଖୁଣ୍ଟରେ ଆଜି ପୂର୍ବାହ୍ନରେ ଦୁଇ ଛେଳି ଚୋରଙ୍କୁ ବାନ୍ଧି ଲୋକେ ନିର୍ଦ୍ଧୁମ ଛେଚିଛନ୍ତି। ଖବର ପାଇବା ପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଏହି ଦୁଇ ଛେଳି ଚୋରଙ୍କ ସହ ଅନ୍ୟ ଜଣେ ସାଥିଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ପୁଲିସ ଜିମା ଦିଆଯାଇଛି। ଆଖପାଖ ଗ୍ରାମରୁ କ୍ରମାଗତ ଭାବେ ଛେଳି, ମେଣ୍ଢା, ସାଇକେଲ ଆଦିଚୋରୀ ହେଉଥିବା ବେଳେ ଗତକାଲି ରାତି କେନ୍ଦେଇପଶି ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟ ପଛପଟୁ ୫ ଜଣ ଚୋର ଛେଳି ଚୋରୀ ପାଇଁ ମସୁଧା ଚଳାଇଥିବା ସୂଚନା ପାଇ ଜଗି ରହିଥିବା ଲୋକେ ସେଠାରେ ଚଢ଼ାଉ କରି ୨ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୩ ଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି । ସେହି ୨ଜଣ ଛେଳି ଚୋରଙ୍କୁ ଷ୍ଟ୍ରିଟ୍‌ ଲାଇଟ୍‌ରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ କାଶିପୁର ଗ୍ରାମର ଚନ୍ଦ୍ରକାନ୍ତା ନାଏକ ଲିଖିତ ଅଭିଯୋଗ କରିଛନ୍ତି। ଗତମାସ ୨୬ ତାରିଖ ରେ ଉପରୋକ୍ତ ତିନି ଜଣ ଚୋର ତାଙ୍କର ୨ଟି ମେଣ୍ଢା ଚୋରାଇ ନେଇଥିବା ଅଭିଯୋଗ କରିବା ପରେ ତୁରୁମୁଙ୍ଗ ପୁଲିସ ଏହି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories