www.samajalive.in
Monday, December 8, 2025
13.1 C
Bhubaneswar

୪ର୍ଥ ଶ୍ରେଣୀ ବାଳକକୁ ଡରିଗଲା ପୁଲିସ, ବିଶୃଙ୍ଖଳା ପାଇଁ ପଠାଇଲା ନୋଟିସ୍

ବିହାର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବିହାର ପୁଲିସ ନକ୍ସଲମାନଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରୁଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆଇନ ଶୃଙ୍ଖଳା ଭଙ୍ଗ କରିବା ଭୟରେ ସିଆରପିସି ଅଧୀନରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କୁ ବିହାର ଦରଭଙ୍ଗା ପୁଲିସ ନୋଟିସ ପଠାଇଛି। ସେଠାରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୧୧ ବର୍ଷର ଶିଶୁକୁ ପୁଲିସ ଏତେ ଭୟ କରୁଥିଲା ଯେ ସେ ନିର୍ବାଚନକୁ ବିଚଳିତ କରିବା ଭୟରେ ପୁଲିସ ସମ୍ପୃକ୍ତ ବାଳକ ନିକଟକୁ ୧୦୭ ନୋଟିସ୍ ପଠାଇଥିଲା।

ତେବେ ଘଟଣାଟି ସେତିକିରେ ଶେଷ ହୋଇନଥିଲା ବରଂ ପିଲାଟି ବାହାଦୁରପୁର ପୁଲିସ ଷ୍ଟେସନରେ ପହଞ୍ଚି ୫୦ହଜାର ଟଙ୍କା ଜାମିନ ବଣ୍ଡ ପୂରଣ କରିବା ପରେ ମୁକ୍ତ ହୋଇଥିଲା। ପଠାଯାଇଥିବା ନୋଟିସରେ ଏହା ସ୍ପଷ୍ଟ ଭାବେ ଲେଖା ହୋଇଥିଲା ଯେ ବାଳକ ଜଣକ ନିର୍ବାଚନରେ ​​ବିଶୃଙ୍ଖଳା ସୃଷ୍ଟି କରିପାରେ ବୋଲି ପୁଲିସ ସନ୍ଦେହ କରୁଛି।

- Advertisement -

ସେହି ପିଲାଟିର ପିତାମାତା ଏବେ ସନ୍ଦେହରେ ଯେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଏତେ ଛୋଟ ପିଲା କଣ ବୁଥ୍ ଲୁଟି ନେଇପାରେ କି କାହାକୁ ଧମକ ଦେଇପାରେ। ଅନ୍ୟ ପକ୍ଷରେ ଏହି ପ୍ରସଙ୍ଗରେ ବାହାଦୁରପୁର ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଖିଳେଶ କୁମାର କହିଛନ୍ତି ଯେ ନାବାଳକ ଜଣକ ରାଇସାହାବ-ପୋଖର ଅଞ୍ଚଳର ବାସିନ୍ଦା ଏବଂ ଆସନ୍ତା ନିର୍ବାଚନ ସମୟରେ ସେ ବିଶୃଙ୍ଖଳା କରିବା ସନ୍ଦେହରେ ତାଙ୍କୁ ନୋଟିସ ଦିଆଯାଇଥିଲା।

ପୁଲିସ କହିଛି ଯେ ବାଳକଟିର ପିତାଙ୍କର ଅପରାଧିକ ରେକର୍ଡ ରହିଛି କିନ୍ତୁ ସେହି ଅଞ୍ଚଳର ଜଗୁଆଳି ବାଳକଟିର ନାମକୁ ଖରାପ ଚରିତ୍ର ତାଲିକାରେ ରଖି ତାଙ୍କୁ ପୁଲିସ ଷ୍ଟେସନକୁ ପଠାଇ ଦେଇଛନ୍ତି ଯେଉଁଠାରେ ତାଙ୍କ ନାମ ୱାଣ୍ଟେଡ ତାଲିକାରେ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ଦରଭଙ୍ଗା ଏସଏସପି ବାବୁ ରାମ କହିଛନ୍ତି ଯେ ଏହା ପୁଲିସର ଅବହେଳା ଯୋଗୁଁ ହୋଇଛି। ତେବେ କେଉଁ ସ୍ତରରେ ଏହି ଅବହେଳା କରାଯାଇଛି, ଏହାର ଅନୁସନ୍ଧାନ କରି ଦୋଷୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories