www.samajalive.in
Sunday, December 7, 2025
18.1 C
Bhubaneswar

ଫିରିଙ୍ଗିଆ କଲେଜ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ୨ ବନ୍ଧୁଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଫିରିଙ୍ଗିଆ  ପଂଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ମର୍ମଦୁନ୍ତ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହିଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ଦୁର୍ଘଟଣାରେ ଉଭୟ ମୃତ୍ୟୁବରଣ କରିବା ସହିତ ବାଇକ୍ ଟି ମଧ୍ୟ ସଂପୂର୍ଣ୍ଣଭାବେ ଭାଙ୍ଗିଯାଇଥିବାର ଦେଖାଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁରେ ଉଭୟ ଫିରିଙ୍ଗିଆ ଓ ଖଜୁରିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ମିଳିଥିବା ଖବର ପ୍ରକାରେ , ଫିରିଙ୍ଗିଆ ପଟୁ ବାଲିଗୁଡା ପଟକୁ ଯାଉଥିବା ଏକ ଧଳାରଙ୍ଗର ଏକ କାର ବାଲିଗୁଡା ପଟୁ ଫିରିଙ୍ଗିଆ ପଟକୁ ଆସୁଥିବା ଏହି ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲ।। ଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି। ଖବର ଫିରିଙ୍ଗିଆ ଟିମ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ସଂଞୟ କୁମାର ଦିଗାଳ ଏବଂ ଅଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏ ସଂପର୍କରେ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଓ ମୃତବ୍ୟକ୍ତିଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଯୁବକ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଂଚାୟତ ଗୁଣ୍ଡିବାଡି ଗ୍ରାମର କ୍ଷେତ୍ରବାସୀ ଦିଗାଳ ବୋଲି ଜଣାପଡିଥିବା ବେଳେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ସେହି ଖଜୁରିପଡା ବ୍ଲକ ଦଳପଡା ପଂଚାୟତ ହରିଜନ ସାହିର ମଧୁସୁଦନ ବେହେରା ବୋଲି ଜଣାପଡିଛି। ତେବେ ଗୁରୁତର ବ୍ୟକ୍ତିକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଏଠାରେ ତାହାର ମୃତ୍ୟୁ ଘଟିଥିବାର ଜଣାଯାଇଛି। ଉଭୟ କୌଣଷି ଏକ ଘରୋଇ କାମ ପାଇଁ ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମରୁ ତାଙ୍କର ଏକ ସମ୍ପର୍କିୟ ଘରୁ ନିଜଗ୍ରାମକୁ ଫେରୁଥବା ସମୟରେ ଏହି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇ ଫେରାର ଥିବା କାରଟିର କୌଣସି ଖୋଜ ଖବର ମିଳିପାରିନଥିବା ବେଳେ ଫିରିଙ୍ଗିଆ ପୁଲିସ୍ ଏନେଇ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଫିରିଙ୍ଗିଆ ମହାବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ତାହା ବାହାରେ ଲାଗିନାହିଁ। ତେଣୁ ଏହା ତୁରନ୍ତ ଜଣାପଡ଼ିବ ନାହିଁ ବୋଲି ମଧ୍ୟ ପୁଲିସ୍ ପ୍ରକାଶ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories