www.samajalive.in
Thursday, December 11, 2025
14.1 C
Bhubaneswar

ଜାଣନ୍ତୁ କେତେ ସଂଖ୍ୟକ ଗ୍ରାହକ କେଉଁ ଟେଲିକମ ସେବାରେ ଯୋଡି ହୋଇଛନ୍ତି

ନୂଆଦିଲ୍ଲୀ: ଜୁଲାଇ ୨୦୨୦ ମସିହାରେ ରିଲାଏନ୍ସ ଜିଓ ୩୫.୫୪ ଲକ୍ଷ ନୂତନ ଗ୍ରାହକ ଯୋଡିଛି। ସମାନ ଅବଧିରେ, ଭୋଡାଫୋନ୍ ଆଇଡିଆ ୩୭.୨୬ ଲକ୍ଷ ଗ୍ରାହକଙ୍କୁ ହରାଇଛି । ଯଦିଓ ଏୟାରଟେଲ ଏବଂ ଭାରତ ସଞ୍ଚାର ନିଗମ ଲିମିଟେଡ୍ ( BSNL)କୁ ଏହି ସମୟରେ କିଛି ମାତ୍ରାରେ ଲାଭ ମିଳିପାରିଛି। ଏହି ଅବଧି ମଧ୍ୟରେ ୩୨.୬ ଲକ୍ଷ ଗ୍ରାହକ ଏୟାରଟେଲ ଏବଂ ବିଏସଏନଏଲରେ ୩.୮୮ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି। ଜିଓର ମୋଟ ଗ୍ରାହକଙ୍କ ସଂଖ୍ୟା ୪୦ କୋଟି ଅତିକ୍ରମ କରିଛି ଏବଂ ଏହି ରିଲାଏନ୍ସ ଜିଓ ଦେଶର ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି ଯେଉଁଥିରେ ୪୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି। ସୂଚନାଯୋଗ୍ୟ ଯେ, ଜିଓ ମାତ୍ର ଚାରି ବର୍ଷ ମଧ୍ୟରେ ଏହି ସଫଳତା ହାସଲ କରିଛି।

ଟ୍ରାଇ ଆକଳନ ଅନୁଯାୟୀ, ଜୁଲାଇରେ ମୋବାଇଲ୍ ସଂଯୋଗ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବ ପାଞ୍ଚ ମାସରେ, କ୍ରମାଗତ ଭାବରେ ହ୍ରାସ ପାଉଥିବାର ଦେଖିବାକୁ ମିଳିଥିଲା। ଲକଡାଉନର ପ୍ରଭାବ ଟେଲିକମ୍ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ମୋଟ ମୋବାଇଲ୍ ସଂଯୋଗ ଜୁଲାଇରେ ୧୧୪ କୋଟିରୁ ୧୧୪.୪ କୋଟିକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମୋବାଇଲ୍ ସଂଯୋଗ ସଂଖ୍ୟା କ୍ରମାଗତ ଭାବରେ ନିକଟତର ହେଉଛି । ମୋବାଇଲ୍ ସଂଯୋଗ ସଂଖ୍ୟା ସହରାଞ୍ଚଳରେ ୬୨ କୋଟି ଏବଂ ଗ୍ରାମାଞ୍ଚଳରେ ୫୨.୩ କୋଟି ରହିଛି।

- Advertisement -

ସେହିପରି ରିଲାଏନ୍ସ ଜିଓ ପୁଣି ଥରେ ଡାଉନଲୋଡ୍ ସ୍ପିଡରେ ମଧ୍ୟ ବାଜି ମାରିଛି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ  ସେପ୍ଟେମ୍ବର ତଥ୍ୟ ଅନୁଯାୟୀ, ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୯.୩ ଏମିବିପିଏସ ରହିଛି। ଏହି ସ୍ପିଡ ଅଗଷ୍ଟ ମାସର ମାସ ତୁଳନାରେ ୩.୪ ଏମିବିପିଏସ ଅଧିକ ରହିଛି। ଅଗଷ୍ଟରେ ରିଲାଏନ୍ସ ଜିଓର ଡାଉନଲୋଡ୍ ୧୫.୯ ଏମିବିପିଏସ ଥିଲା ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories