www.samajalive.in
Thursday, December 11, 2025
14.1 C
Bhubaneswar

ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା , ଇସ୍ରୋ କରୁଛି ସାହାଯ୍ୟ : ପୁଲିସ ଡିଜି ଅଭୟ

ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟରୁ ସର୍ବାଧିକ ୪୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କେଜି ଗଞ୍ଜେଇ ଜବତ ହୋଇଛି। ଏ ନେଇ ମଙ୍ଗଳବାର ପୁଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି। ଅପରପକ୍ଷେ ଗଞ୍ଜେଇ ଧରିବାରେ ଇସ୍ରୋ ସାହାଯ୍ୟ କରୁଥିବାରୁ ପୂର୍ବ ବର୍ଷ ତୁଳନାରେ ଏବେ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇପାରିଥିବା ଅଭୟ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ହାରାହାରି ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଜବତ ହୋଇଛି। ଏପରି ସଫଳତା ପାଇଁ ୩ ଜିଲ୍ଲାର ଏସ୍‌ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି। ଗଞ୍ଜେଇ ପରି ନିଶା ଦ୍ରବ୍ୟ ଧରିବାରେ ଇସ୍ରୋ ବହୁ ମାତ୍ରାରେ ସାହାଯ୍ୟ କରୁଛି । କେଉଁଠି ଚାଷ ହେଉଛି ଇସ୍ରୋ ସାଟେଲାଇଟ୍ ସେ ସମ୍ପର୍କରେ ତଥ୍ୟ ଦେଉଛି। ଏହି ନିଶା ଦ୍ରବ୍ୟ ଚାଲାଣ କାରବାରକୁ ରୋକିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି।

- Advertisement -

 

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories