www.samajalive.in
Sunday, December 14, 2025
14.1 C
Bhubaneswar

ରାସ୍ତାରେ ବୁଲୁଥିଲା ଚିତାବାଘ ; ଆସୁଥିଲେ ବାଇକ ଆରୋହୀ , ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବହରାଇଚ ଜିଲାର କତର୍ନିୟା ଘାଟରେ ମୁର୍ତିହା ରେଞ୍ଜରେ ଗ୍ରାମ ବିକାଶ ଅଧିକାରୀ ଜଙ୍ଗଲର ରାସ୍ତାରେ ଗାଁକୁ ଯାଉଥିବା ସମୟରେ ରାସ୍ତାରେ ଏକ ଚିତାବାଘ ବୁଲିଥିବାର ଦେଖିଥିବା ଜଣାପଡ଼ିଛି।
ହଠାତ ରାସ୍ତାରେ ସାମ୍ନା ପଟରୁ ଜଣେ ବାଇକ ଆରୋହୀ ଆସୁଥିଲେ। ସେ ହଠାତ ରାସ୍ତାରେ ଏକ ଚିତାବାଘ ଦେଖି ଦୂରରୁ ହିଁ ବାଇକକୁ ଦ୍ରୁତ ଗତିରେ ନେଇ ଚିତାବାଘ ଭୟରେ ତୁରନ୍ତ ସେଠାରୁ ଫେରିଆସିଲେ। ଏହି ସମସ୍ତ ଘଟଣାକୁ ଗ୍ରାମ ବିକାଶ ଅଧିକାରୀଙ୍କ ସହକର୍ମୀମାନେ ମୋବାଇଲରେ ରେକର୍ଡ଼ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମ ବିକାଶ ଅଧିକାରୀ ଓ ତାଙ୍କ ସହକର୍ମୀମାନେ କୌଣସି କାମରେ କତର୍ନିୟା ଘାଟ ରାସ୍ତାରେ କାରରେ ଯାଉଥିବା ସମୟରେ ରାସ୍ତାରେ ଚିତାବାଘଟିକୁ ବୁଲୁଥିବାର ଦେଖିଲେ। ସେମାନେ ଭୟଭୀତ ହେଲେ ମଧ୍ୟ କାର ଭିତରେ ଥିବାରୁ ନିକକୁ ସୁରକ୍ଷିତ ମନେ କରୁଥିଲେ। ବାଘକୁ ଫୋନରେ ରେକର୍ଡ଼ କରୁଥିବା ସମୟରେ ହଠାତ ସେମାନେ ରାସ୍ତାରୁ ଆଉ କିଛି ଦୂରରେ ଜଣେ ବାଇକ ଆରୋହୀ ସେହି ଦିଗରେ ଆସୁଥିବାର ଦେଖିଲେ। ସେମାନେ କାର ଭିତରେ ଥିବାରୁ ବାଇକ ଆରୋହୀଙ୍କୁ ବାଘ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ସେମାନେ ବ୍ୟସ୍ତ ହୋଇପଡ଼ିଲେ। ମାତ୍ର ଭାଗ୍ୟବଶତଃ ବାଇକ ଆରୋହୀ ବାଘଟିକୁ ଦେଖି ଖୁବ ଜୋରରେ ବାଇକ ଚଳାଇ ସେଠାରୁ ପଳାଇବାକୁ ସକ୍ଷମ ହୋଇଥିଲେ। ବାଘଟି ତାଙ୍କ ପିଛା କରିବା ପୂର୍ବରୁ ସେଠାରୁ ସେଠାରୁ ପଳାଇଥିଲେ। ବାଘଟି କିଛି ସମୟ ମଧ୍ୟରେ ନିକଟସ୍ଥ ବୁଦା ମୂଳକୁ ଚାଲି ଯାଇଥିଲା।

 

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories