www.samajalive.in
Saturday, December 13, 2025
26.1 C
Bhubaneswar

‘ସୀମା ବିବାଦ ଚୀନ ଯୋଜନାର ଏକ ​‌ଅଂଶ’

ନୂଆଦିଲ୍ଲୀ : ଭାରତ ସହିତ ସୀମା ବିବାଦ ସୃଷ୍ଟି କରିବା ଚୀନ ସରକାରଙ୍କ ଯୋଜନାର ଏକ ଅଂଶ ବିଶେଷ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସୋମବାର ବର୍ଡର ରୋଡ ଅର୍ଗାନାଇଜେନ (ବିଆରଓ) ଦ୍ବାରା ନିର୍ମିତ ୪୪ଟି ସେତୁର ଉଦ୍‌ଘାଟନ ଅବସରରେ ରାଜନାଥ କହିଛନ୍ତି ଯେ ଚୀନ ସହିତ ପାକିସ୍ତାନ ମଧ୍ୟ ଯୋଜନାବଦ୍ଧ ଭାବେ ଭାରତ ସହ ସୀମା ସୃଷ୍ଟି କରୁଛି। ଭାରତ ସହିତ ଚୀନ ଓ ପାକିସ୍ତାନର ୭୦୦୦ କିମି ସୀମା ରହିଥିବାବେଳେ ଏହି ଦୁଇଦେଶ ନିୟମିତ ଭାବେ ସୀମାରେ ବିବାଦ ସୃଷ୍ଟି କରିଚାଲିଛନ୍ତି। ଦୁଇଦେଶର ସୀମାରେ ଦେଖାଯାଉଥିବା ଉତ୍ତେଜନାକୁ ଭାରତ ଦୃଢତାର ସହ ମୁକାବିଲା କରିବା ସହିତ ଏହିସବୁ ଅଞ୍ଚଳର ବିକାଶ କାର୍ଯ୍ୟକୁ ମଧ୍ୟ ତ୍ବରାନ୍ବିତ କରିବାରେ ସଫଳ ହୋଇଛି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ସହିତ ଦୀର୍ଘ ୫ମାସ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବେଶ ଗୁରୁତ୍ବପୂର୍ଣ୍ଣ। ଲଦାଖର ଉତ୍ତେଜନାକୁ ହ୍ରାସ ନିମନ୍ତେ ଦୁଇଦେଶ ମଧ୍ୟରେ ଅନେକ ପର୍ଯ୍ୟାୟ କୂଟନୈତିକ ଓ ସାମରିକ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏହା ସମାଧାନ ହୋଇପାରି ନାହିଁ। ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଆରଓ ଦ୍ବାରା ନିର୍ମିତ ସେତୁଗୁଡିକ ସାମରିକ ଦୃଷ୍ଟି କୋଣରୁ ଗୁରୁତ୍ବପୂର୍ଣ୍ଣ। ଏହି ସେତୁଗୁଡିକ ସାମରିକ ପରିବହନ ସହିତ ସାଧାରଣ ଲୋକଙ୍କ ବ୍ୟବହାରରେ ଆସିପାରିବ ବୋଲି ରାଜନାଥ କହିଛନ୍ତି। ସୀମାରେ ସେତୁ ନିର୍ମାଣରେ ବିଆରଓର ଉଦ୍ୟମକୁ ରାଜନାଥ ପ୍ରଶଂସା କରିଛନ୍ତି। ବିଆରଓର ବାର୍ଷିକ ବଜେଟ୍ ୨୦୦୮ରେ ୩୩୦୦ କୋଟି ଟଙ୍କା ଥିବାବେଳେ ୨୦୧୬ରେ ଏହାକୁ ୪୬୦୦କୋଟିକୁ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ଏହି ବଜେଟ୍ ପରିମାଣ ୧୧,୦୦୦କୋଟିକୁ ବୃଦ୍ଧି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories