www.samajalive.in
Saturday, December 13, 2025
26.1 C
Bhubaneswar

ଚୀନ-ପାକିସ୍ତାନ ସୀମାନ୍ତରେ ୪୪ସେତୁ ଲୋକାର୍ପିତ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଚୀନ ଓ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ୪୪ଟି ସେତୁ ଲୋକାର୍ପିତ କରିଛନ୍ତି। ସୀମାନ୍ତ ସଡ଼କ ନିର୍ମାଣ ସଂଗଠନ (ବିଆରଓ) ଦ୍ବାରା ଅଳ୍ପ ଦିନ ମଧ୍ୟରେ ନିର୍ମିତ ଏହି ସେତୁଗୁଡ଼ିକ ଗମନାଗମନରେ ସହାୟକ ହେବା ସହ ଏହି ଦୁଇ ରାଷ୍ଟ୍ର ପକ୍ଷରୁ ହେଉଥିବା ଧମକର ମୁକାବିଲା କ୍ଷେତ୍ରରେ ବିଶେଷ ସହଯୋଗୀ ହେବ। ପୁନଶ୍ଚ ଚୀନ ସହିତ ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ଯୋଗାଯୋଗ କ୍ଷେତ୍ରରେ ସୁବିଧା ହେବ। ଏଗୁଡ଼ିକର ୭୦ଟନ୍‌ ବିଶିଷ୍ଟ ଯାନବାହନର ଓଜନ ସମ୍ଭାଳିବା କ୍ଷମତା ରହିଛି। ଏଥିସହିତ ରାଜନାଥ ଅରୁଣାଚଳ ପ୍ରଦେଶରେ ଏକ ସୁଡ଼ଙ୍ଗ ପଥ (ଟନେଲ) ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନେଚିଫୁଠାରେ ଏହି ସୁଡ଼ଙ୍ଗ ପଥ ନିର୍ମାଣ ହେବ। ପ୍ରତିରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହା ୪୫୦ ମିଟର ଦୀର୍ଘ ହେବ ଓ ତୱାଙ୍ଗ ଟନେଲ ସହିତ ସଂଯୁକ୍ତ ହେବ। ନବନିର୍ମିତ ସେତୁ ମଧ୍ୟରୁ ୮ଟି ଲଦାଖ ଅଞ୍ଚଳରେ; ଯେଉଁଠି ଚୀନ ସେନା ସହିତ ବିବାଦ ଲାଗି ରହିଛି। ଅନ୍ୟ ୧୦ଟି ପାକିସ୍ତାନକୁ ଲାଗିଥିବା ନିୟନ୍ତ୍ରଣ ରେଖା (ଏଲଓସି) ସଂଲଗ୍ନ। ଅରୁଣାଚଳ ଓ ଉତ୍ତରାଖଣ୍ଡ ସଂଲଗ୍ନ ଚୀନ ସୀମାନ୍ତରେ ୮, ସିକିମ୍‌ ସୀମାନ୍ତରେ ୪, ହିମାଚଳ ପ୍ରଦେଶ ସୀମାରେ ୨ ସେତୁ ନିର୍ମିତ ହୋଇଥିବାବେଳେ ପଞ୍ଜାବ ସୀମାରେ ୪ଟି ସେତୁ ଉଦ୍‌ଘାଟିତ ହୋଇଛି। ସୂଚନାନୁଯାୟୀ, ଚଳିତ ବର୍ଷ ଧାର୍ଯ୍ୟ ୧୦୨ଟି ସେତୁ ମଧ୍ୟରୁ ବିଆରଓ ଇତିମଧ୍ୟରେ ୫୪ଟିର କାର୍ଯ୍ୟ ଶେଷ କରିଛି। ଅବଶିଷ୍ଟ ଖୁବ୍‌ ଶୀର୍ଘ ଶେଷ ହେବ ବୋଲି ରାଜନାଥ କହିଛନ୍ତି। ଏଥିପାଇଁ ସେ ବିଆରଓକୁ ପ୍ରଶଂସା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories