www.samajalive.in
Saturday, December 6, 2025
26.1 C
Bhubaneswar

କଲକାତା ନାଇଟ୍‌ ରାଇଡର୍ସକୁ ୮୨ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଶାରଜା : ଏବି ଡି’ଭିଲିଅର୍ସଙ୍କ ବିସ୍ଫୋରକ ଇନିଂସ ବଳରେ ଚଳିତ ଆଇପିଏଲ୍‌ରେ ସୋମବାର ବିଜୟୀ ହୋଇଛି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। କଲକାତା ନାଇଟ୍‌ ରାଇଡର୍ସ (କେକେଆର୍)କୁ ୮୨ ରନ୍‌ର ବିପୁଳ ବ୍ୟବଧାନରେ ପରାସ୍ତକରି ଆର୍‌ସିବି ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଡି’ଭିଲିଅର୍ସଙ୍କ ଅପରାଜିତ ୭୩ ଏବଂ ବିରାଟ କୋହଲି ଓ ଆରୋନ୍ ଫିଞ୍ଚ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୨ ୱିକେଟ ହରାଇ ୧୯୪ ରନ୍ କରିଥିଲା। ସାମୂହିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୯ ୱିକେଟ ହରାଇ କେକେଆର୍ ୧୧୨ ରନ୍ କରି ପାରିଥିଲା। ଏହି ବିଜୟ ସହ ଆର୍‌ସିବି ୭ମ ମ୍ୟାଚ୍‌ରେ ୫ମ ବିଜୟ ହାସଲକରି ୧୦ ପଏଣ୍ଟ ପାଇଛି। କେକେଆର୍ ୭ମ ମ୍ୟାଚ୍‌ରୁ ୩ୟ ପରାଜୟ ଭୋଗି ୪ର୍ଥ ସ୍ଥାନରେ ରହିଛି।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଦେବଦତ୍ତ ପାଡିକଲ ୬ ଓଭରର ପାୱରପ୍ଲେ ଶେଷରେ ସ୍କୋର୍‌କୁ ୪୭ ରନ୍‌ରେ ପହଞ୍ଚାଇଥିଲେ। ପ୍ରଥମ ୱିକେଟ ପାଇଁ ୬୭ ରନ୍ ଯୋଡ଼ିବା ପରେ ପାଡିକଲ ୨୩ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୨ ରନ୍‌ କରିଥିଲେ। ଏକ ଭଲ ଇନିଂସ ଖେଳିଥିବା ଆରୋନ୍ ଫିଞ୍ଚ୍ ୩୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୬ ରନ୍‌କରି ଆଉଟ ହୋଇଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଦୁଇ ବ୍ୟାଟିଂ ମହାରଥୀ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ। ଦୁହେଁ ଆରାମରେ ୧୫ ଓଭର ପର୍ଯ୍ୟନ୍ତ ଖେଳିଥିବା ବେଳେ ୧୬ଶ ଓଭରରୁ ଆକ୍ରମଣ ଆରମ୍ଭ କରିଥିଲେ। ବିଶେଷକରି ଡି’ଭିଲିଅର୍ସ କ୍ରିଜ୍‌କୁ ଆସିବା ମାତ୍ରେ ଷ୍ଟ୍ରୋକ୍ ଖେଳିଥିଲେ। ୧୫ ଓଭରରେ ଆର୍‌ସିବି ୧୧୧ ରନ୍ କରିଥିବା ବେଳେ ଶେଷ ୫ ଓଭରରୁ ୮୩ ରନ୍ ହୋଇଥିଲା। ବିସ୍ଫୋରକ ବ୍ୟାଟିଂକରି ଡି’ଭିଲିଅର୍ସ ମାତ୍ର ୨୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି ଓ ଡି’ଭିଲିଅର୍ସ ୩ୟ ୱିକେଟ ପାଇଁ ୭.୪ ଓଭରରେ ୧୦୦ ରନ୍ ଯୋଡ଼ିଥିଲେ। କୋହଲି ୨୮ ବଲ୍‌ରୁ ଗୋଟିଏ ଚୌକା ସହ ୩୩ ରନ୍‌କରି ଅପରାଜିତ ଥିଲେ। ଚଳିତ ସଂସ୍କରଣରେ ୩ୟ ଅର୍ଦ୍ଧଶତକ ହାସଲ କରିଥିବା ଡି’ଭିଲିଅର୍ସ ୩୩ ବଲ୍‌ରୁ ୬ଟି ଛକା ଓ ୫ଟି​‌ ଚୌକା ସହ ୭୩ ରନ୍‌କରି ଅପରାଜିତ ଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କୁ ଛାଡ଼ି କେକେଆର୍‌ର ସବୁ ବୋଲର ଅଧିକ ରନ୍ ଦେଇଥିଲେ।
କେକେଆର୍ ୧୯୫ ରନ୍‌ର ପିଛା କରିଥିବା ବେଳେ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ଟମ୍ ବାଣ୍ଟନ୍ ୮ ରନ୍‌କରି ଆଉଟ ହୋଇଥିଲେ। ପରେ ନୀତୀଶ ରାଣା ୯ ରନ୍‌କରି ବିଦାୟ ନେଇଥିଲେ। ଏହାସହ ୧୩ ରନ୍‌ରେ କେକେଆର୍ ୪ଟି ୱିକେଟ ହରାଇ ବିପର୍ଯ୍ୟୟ ଭୋଗିଥିଲା। ଶୁବ୍‌ମାନ ଗିଲ୍ ୨୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌କରି ରନ୍ଆଉଟ ହୋଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ୧ ଓ ଇଓନ୍ ମୋର୍ଗାନ୍ ୮ ରନ୍‌କରି ଆଉଟ ହେବା କେକେଆର୍ ପାଇଁ ଶକ୍ତ ଧକ୍କା ଥିଲା। ୬୪ ରନ୍‌ରେ କେକେଆର୍ ୫ଟି ୱିକେଟ ହରାଇ କଷ୍ଟସାଧ୍ୟ ସ୍ଥିତିରେ ଥିଲା। ଶେଷ ୭ ଓଭରରୁ ୧୨୪ ରନ୍ ଆବଶ୍ୟକ ଥିବା ବେଳେ ଆ​‌େ​‌ନ୍ଦ୍ର ରସେଲ୍‌ ଆକ୍ରମଣ ଆରମ୍ଭ କରିଥିଲେ। ହେଲେ ସେ ବେଶି ସମୟ ରହି ପାରିନଥିଲେ। ରସେଲ୍‌ ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ରାହୁଲ ତ୍ରିପାଠୀ ଏହି ମ୍ୟାଚ୍‌ରେ ୭ନଂରେ ଖେଳି ୧୬ ରନ୍ କରି ପାରିଥିଲେ। ୱାଶିଂଟନ୍ ସୁନ୍ଦର ଓ କ୍ରିସ୍ ମରିସ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories