www.samajalive.in
Sunday, December 14, 2025
18.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରର ଗର୍ଭଗୃହର ବର୍ଷାଋତୁରେ ପାଣିଝର ପଡ଼ିବା ଘଟଣା; କ୍ଷେତ୍ର ପରିଦର୍ଶନ କଲେ ରାଜ୍ୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ୍ତ ବିଭାଗ

ଆରଡି: ରାଜ୍ୟର ବହୁ ପୁରାତନ ଶୈବପୀଠ ଭାବେ ପରିଚିତ ଆରଡିଧାମର ବାବା ଆଖଣ୍ଡଲମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷାଋତୁରେ ପାଣିଝର ପଡ଼ିବା ଫଳରେ ମଣିବାବାଙ୍କ ବିଗ୍ରହ ବୁଡିବା ସହ ଚଟାଣ ଦୃବଳ ହେବା। ଭକ୍ତଙ୍କ ଦର୍ଶନ ନିମନ୍ତେ ସୁବ୍ୟବସ୍ଥା ପାଇଁ ଧାଡି ବ୍ୟବସ୍ଥା କରିବା, ମନ୍ଦିର ବେଢା ପରିସରରକର ନୂଆ ରୂପରେଖ ଦେବାପାଇଁ ସେବାୟତଙ୍କ ପକ୍ଷରୁ ରାଜ୍ୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ ବିଭାଗ ନିକଟରେ ବହୁବାର ଦାବି ହୋଇ ଆସୁଥିଲା। ଏହାର ସ୍ଥାୟୀ ପ୍ରତିକାର ପାଇଁ ଭଦ୍ରକ ଜିଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ପତ୍ର ଲେଖା ଯାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହେବା ପରେ ସୋମବାର ରାଜ୍ୟ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର, ଡେପୁଟି କମିଶନର, ଆସିଷ୍ଟାଣ୍ଟ କମିଶନର, ପ୍ରତ୍ନତ୍ତ୍ୱତ ବିଭାଗର ନିର୍ଦେଶକ, ଆରିକଟେକର ଅଧିକାରୀ, ଜଳସେଚନ ବିଭାଗର ଅଧିକାରୀ ସହ ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲିଦାରଙ୍କ ସହ ବହୁ ପ୍ରଦାଧିକାରୀ ପୀଠରେ ପହଁଚିବା ପରେ କମିଶନର ଶ୍ରୀ ମହାପାତ୍ରଙ୍କ ସହ ପ୍ରତ୍ନତ୍ତ୍ୱତ ବିଭାଗର ଅଧିକାରୀମାନେ ଧୋତି ପରିଧ୍ୟାନ କରି ମନ୍ଦିର ଗର୍ଭଗୃହର ଯାଞ୍ଚ କରିବା ସହ ମନ୍ଦିର ବେଢା ପରିସର ବୁଲି ଦେଖିଥିଲେ। ଏପରିକି କୋଭିଡ କଟକଣା ଭିତରେ ସେବାୟତଙ୍କ ସହ ମନ୍ଦିରର ଲାଗି ରହିଥିବା ସମସ୍ୟା ବାବଦରେ ପଚାରି ବୁଝିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟରେ ଅଧିକାରୀମାନେ ସେବାୟତଙ୍କ ସହ ଆଲୋଚନା ହୋଇଥିଲା। ମଣିବାବାଙ୍କ ଗର୍ଭଗୃହର ସ୍ଥାୟୀ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହିତ ମଣିବାବାଙ୍କ ବିଗ୍ରହକୁ ରୂପା ଛାଉଣୀ କରାଯିବ ବୋଲି ଉଭୟଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା। ସେହିପରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା, ସମସ୍ତ ମୁଖଚାଳି ଦ୍ୱାରର ମରାମତି, ମୁକ୍ତିମଣ୍ଡପର ମରାମତି ଆଦି କରାଯିବା ସହିତ ମନ୍ଦିର ବେଢା ପରିସରକୁ ନୂଆ ରୂପରେଖ ଦିଆଯିବ ବୋଲି ଉଭୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ ବିଭାଗର ଅଧିକାରୀମାନେ ପ୍ରକାଶ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories