www.samajalive.in
Sunday, December 14, 2025
15.1 C
Bhubaneswar

ମୋ ସ୍କୁଲ ଅଭିଯାନରେ ସହାୟତାର ହାତ ବଢାଇଲେ ପୁରାତନ ଛାତ୍ର

ଗଡ଼ମଧୁପୁର : ଧର୍ମଶଳା ବ୍ଲକ ମର୍ଜିତାପୁର ହିଙ୍ଗୁଳା ବିଦ୍ୟାମନ୍ଦିର ପାଇଁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ହାତ ବଢାଇଛନ୍ତି। ବିଦ୍ୟାଳୟ ତରଫରୁ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯାଇ ବିଦ୍ୟାଳୟ କିପରି ସରସ ସୁନ୍ଦର ହୋଇପାରିବ ସେଥିପାଇଁ ଦାୟୀତ୍ୱ ଦିଆଯାଇଥିଲା। ଏହି ବିଦ୍ୟାଳୟରେ ପୂର୍ବରୁ ପାଠ ପଢିଥିବା ଛାତ୍ରଛାତ୍ରୀ ଏକତ୍ରିତ ହୋଇ ବିଦ୍ୟାଳୟ ପାଇଁ ପାଣ୍ଠି ଯୋଗାଡର ବ୍ୟବସ୍ଥା କରିଥିଲେ। ଅନେକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତି କଳ୍ପେ ସେମାନଙ୍କ ଆୟରୁ କିଛି ଆର୍ଥିକ ସହାୟତା ଆକାରରେ ବିଦ୍ୟାଳ୍ୟ ପାଣ୍ଠିକୁ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ଦାଶଙ୍କ କହିବା ଅନୁଯାଇ ବିଦ୍ୟାଳୟ ପାଇଁ ଆଦାୟ ହୋଇଥିବା ସହାୟତା ରାଶିର ତିନିଗୁଣ କେବଳ ପୁରାତନ ଛାତ୍ରଛାତ୍ରୀମାନେ ଦେଇଛନ୍ତି। ଯାହାକି ବିଦ୍ୟାଳୟର ଅନେକ ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହେବ।
ଆଜି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରତାପ କିଶୋର ଦାଶଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋ ସ୍କୁଲ ଅଭିଯାନର ସଭାପତି ସରୋଜକାନ୍ତ ବେହେରା, ଉପସଭାପତି ପ୍ରଦୀପ ପରିଡା, ଅଲୁମିନି କମିଟି ସଭାପତି ସମୟ ଦାସ, ସମ୍ପାଦକ ରାସବିହାରୀ ସାହୁ, ପୁରାତନ ଛାତ୍ର ଦେବେନ୍ଦ୍ର ନାରାୟଣ ସାହୁ, ଶରତ ସାହୁ, ସୌମ୍ୟ ରଂଜନ ପଣ୍ଡା, କ୍ଷୀରୋଦ ସାହୁ, ଶିକ୍ଷକ ଭରତ ପ୍ରଧାନ, ରାମକୃଷ୍ଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ଉନ୍ନତି ସମ୍ଭବପର ହୋଇଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories