www.samajalive.in
Saturday, December 13, 2025
21.1 C
Bhubaneswar

ଜୁଆ ଆଡ୍ଡା ଉପରେ ଚଢାଉ, ଟଙ୍କା ସହିତ ୬ଟି ବାଇକ୍‍ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କେତେକ ସ୍ଥାନରେ ଆଗକୁ ଦଶହରା ଓ କୁମାରପୂର୍ଣ୍ଣିମା ଯୋଗୁଁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଏବେଠାରୁ ଜୁଆଖେଳ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ଗଦାପୁର ଗ୍ରାମ ନିକଟସ୍ଥ ଆମ୍ବିଲ୍‍ଆମ୍‍ ଆମ୍ବତୋଟା ନିକଟ ଜଙ୍ଗଲରେ ଜୁଆଖେଳ ଚାଲୁଥିବାର କୌଣସି ପ୍ରକାର ସୂଚନା ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କ ନେତୃତ୍ୱରେ ଏକ ଦଳ ଅଚାନକ ଭାବେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ। ତେବେ ଜୁଆଡ଼ିମାନେ ପୁଲିସ ଆଖିରେ ଧୂଳି ଦେଇ ଜଙ୍ଗଲ ମଧ୍ୟକୁ ଖସିଯିବାରେ ସକ୍ଷମ ହୋଇଥିଲେ ମଧ୍ୟ ପୁଲିସ୍‍ ଘଟଣା ସ୍ଥଳରୁ ନଗଦ ନଅ ହଜାର ପାଞ୍ଚଶହ ପଚାଶ ଟଙ୍କା ସହ ୬ଟି ବାଇକ୍‍ ଜବତ କରିଥିବା ଥାନା ସୂତ୍ରରୁ ପ୍ରକାଶ।

ଅନ୍ୟପକ୍ଷରେ ସବୁଆଡ଼େ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ନିଜ ପରିବାରକୁ ଦ୍ୱାହିଦେଇ ଏଭଳି ଭାବେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଯାହାକି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ୍‍ର ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରିବା ସହ ଜୁଆ ଖେଳ ଓ ଚୋରା ମଦ କାରବାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

- Advertisement -

 

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories