www.samajalive.in
Monday, December 15, 2025
26.1 C
Bhubaneswar

ସଂସ୍କୃତି ବିଶ୍ୱବିଦ୍ୟାଳୟର ବିପିଏ ଏବଂ ବିଭିଏ ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର: ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସହବନ୍ଧିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପ୍ରଦର୍ଶନ କଳା(ବିପିଏ) ସ୍ନାତକ ପାଠ୍ୟକ୍ରମର ଦ୍ୱିତୀୟ, ଚତୁର୍ଥ ଓ ଷଷ୍ଠ ସେମିଷ୍ଟାର ଏବଂ ଦୃଶ୍ୟକଳା(ବିଭିଏ) ସ୍ନାତକ ପାଠ୍ୟକ୍ରମର ଦ୍ୱିତୀୟ, ଚତୁର୍ଥ ଓ ଷଷ୍ଠ ସେମିଷ୍ଟାର-୨୦୨୦ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି।

ବିପିଏ ପ୍ରଦର୍ଶନ କଳା ସ୍ନାତକ ଦ୍ୱିତୀୟ ସେମିଷ୍ଟାରରେ ୧୫୨ଜଣ କୃତକାର୍ଯ୍ୟ ହୋଇଥିବାବଳେ ଚତୁର୍ଥ ସେମିଷ୍ଟାରରେ ୧୪୪ଜଣ ଏବଂ ଷଷ୍ଠ ସେମିଷ୍ଟାରରେ ୧୧୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦୃଶ୍ୟକଳା ବିଭିଏ ପାଠ୍ୟକ୍ରମର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ୩୩୬ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚତୁର୍ଥ ସେମିଷ୍ଟାରରେ ୩୧୦ ଏବଂ ଷଷ୍ଠ ସେମିଷ୍ଟାରରେ ୨୧୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିପିଏ ଏବଂ ବିଭିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୱେବ୍‍ସାଇଟ୍‍ରେ ଉପଲବ୍ଧ ହେଉଛି ବୋଲି ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ ସୂଚନା ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories