www.samajalive.in
Saturday, December 6, 2025
26.1 C
Bhubaneswar

ମିଠା ବ୍ୟବସାୟୀ ହତ୍ୟା ଘଟଣା : ଆଉ ୨ ଗିରଫ,୫ କୋର୍ଟ ଚାଲାଣ

ଭୁବନେଶ୍ୱର : ସାମନ୍ତରାପୁର ମିଠା ବ୍ୟବସାୟୀ ହତ୍ୟା ଘଟଣାର ରହସ୍ୟ ଦିନକୁ ଦିନ ​ଫିଟିବାରେ ଲାଗିଛି। ଏହି ଘଟଣା ସହ ସଂପୃକ୍ତ ଅଭିଯୋଗରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଅନ୍ୟପକ୍ଷରେ  ମିଠା ବ୍ୟବସାୟୀ ଜମ୍ବୁ ସାହୁ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ୮ଜଣଙ୍କ ସମ୍ପୃକ୍ତି ପଦାକୁ ଆସିଲାଣି। ଦୁଇ ମୁଖ୍ୟ ହତ୍ୟାକାରୀଙ୍କୁ ମିଶାଇ ଅନ୍ୟ ଜଣେ ଆଶ୍ରୟଦାତାକୁ ପୁଲିସ ଠାବ କରିଛି। ହତ୍ୟାର ୫ ଷଡ଼ଯନ୍ତ୍ରକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି।
ବ୍ୟବସାୟିକ ଶତ୍ରୁତାରୁ ଜମ୍ବୁ ସାହୁକୁ ହତ୍ୟା କରାଯାଇଛି। ଜମ୍ବୁ ସାମନ୍ତରାପୁରରେ ଭଲ ମିଠା କାରିଗର ଭାବେ ଜଣାଶୁଣା। ଦୀର୍ଘବର୍ଷ ହେବ ବଳରାମ ମିଷ୍ଟାନ୍ନ ଭଣ୍ଡାରରେ ରହି କାର୍ଯ୍ୟ କରୁଥିଲେ। ବଳରାମଙ୍କ ଦୋକାନ ବନ୍ଦ ହୋଇଯିବାରୁ ଜମ୍ବୁ ରୋଜଗାର ହରାଇଥିଲେ। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା। ସେ କିଛି ଉପାୟ ନ ପାଇ ସାମନ୍ତରାପୁର ଛକରେ ଛତାଟାଣି ରାସ୍ତା କଡ଼ରେ ମିଠା ଦୋକାନ ଖୋଲିଥିଲେ। ଦୋକାନ ଖୋଲିବା ପରେ ଜମ୍ବୁର ଗତ କିଛି ମାସ ହେବ ଭଲ ବ୍ୟବସାୟ ଚାଲିଥିଲା। ଦିନକୁ ୨୦ କେ.ଜି ଛେନାର ମିଠା ବିକ୍ରି କରୁଥିଲା। ବଳରାମ ତାଙ୍କ ଦୋକାନ ଖୋଲିବା ପରେ ଜମ୍ବୁକୁ କାମ କରିବାକୁ ଡାକିଥିଲେ। ଜମ୍ବୁ ମନା କରିବାରୁ ବଳରାମଙ୍କ ପରିବାରଙ୍କ ରାଗ ବଢ଼ି ଯାଇଥିଲା। ଏନେଇ ସେମାନେ ବାରମ୍ବାର ଜମ୍ବୁଙ୍କ ସହ ଝଗଡ଼ା କରୁିଥିଲେ। ଏପରିକି ତା’ ମିଠାକୁ ଫୋପଡ଼ା ଫିଙ୍ଗା କରିବା ସହ ଛାଡ଼ି ପଳାଇ ଯିବାକୁ ଧମକଚମକ ଦେଉଥିଲେ। ଜମ୍ବୁ ଯଦିଓ ଭୟଭୀତ ଥିଲା ହେଲେ ଭଲ ବେପାର ହେଉଥିବାରୁ ସେ ଛାଡ଼ି ଯିବାକୁ ଚାହୁଁ ନ ଥିଲା। କୋଭିଡ ସମୟରେ ବଳରାମଙ୍କ ବେପାର ମାନ୍ଦା ହେବାରୁ ଜମ୍ବୁ ଯୋଗୁଁ ତାଙ୍କ ବେପାର କମୁଛି ବୋଲି ରାଗ ବଢ଼ି ଯାଇଥିଲା। ସେଠାରୁ ଜମ୍ବୁକୁ ହଟାଇବା ଲାଗି ବହୁ ଉଦ୍ୟମ କରୁଥିଲେ। ଏଭଳି ପରିସ୍ଥିତିରେ ଦିଲୁ ବେହେରାଙ୍କ ପୁଅ ରାଜା ଓରଫ ରାଜ କୁମାର ବେହେରା ହତ୍ୟାକାରୀ ଦୁଇ ସାଙ୍ଗକୁ ଧରି ଜମ୍ବୁକୁ ଆକ୍ରମଣ ଯୋଜନା କରିଥିଲା। ହତ୍ୟାକାରୀ ଦ୍ୱୟ ଧଉଳି ଥାନା ଅଞ୍ଚଳରେ ରହନ୍ତି। ସେମାନେ ପେସାଦାର ହତ୍ୟାକାରୀ ନୁହନ୍ତି। ପୂର୍ବରୁ ଛୋଟବଡ଼ ଗଣ୍ଡଗୋଳ ଓ ମାରପିଟ ଘଟାଇ ଗିରଫ ହୋଇ ଜେଲ୍‌ରୁ ଫେରିଥିଲେ। ଶ୍ରୀଲିଙ୍ଗରାଜ ପୁଲିସ ଜମ୍ବୁ ହତ୍ୟା ଘଟଣାରେ ବଳରାମ ମିଷ୍ଟାନ୍ନ ଭଣ୍ଡାର ପରିବାରଙ୍କୁ ମିଶାଇ ୫ଜଣଙ୍କୁ ଗିରଫ କରିଥିବା ବେଳେ ରାଜା କୋର୍ଟରେ ଆତ୍ମସମର୍ପଣ କରିଥିଲା। ହେଲେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମିଶାଇ ପୁଲିସ ତିନିଜଣଙ୍କୁ କାବୁ କରି ଘଟଣାର ସମ୍ପୂର୍ଣ୍ଣ କାହାଣୀ ସମ୍ପର୍କରେ ଜେରା କରୁଛି। କୋର୍ଟ ପକ୍ଷରୁ ରାଜାକୁ ରିମାଣ୍ଡରେ ନେବା ଲାଗି ପୁଲିସର ଆବେଦନ ମଞ୍ଜୁରି ମିଳି ପାରିନି। ସୋମବାର ମଞ୍ଜୁରି ମିଳିବା ପରେ ରାଜାକୁ ପୁଲିସ ଆଣି ଉଭୟଙ୍କ ସହିତ ଜେରା କରିବ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଖୁବ୍‍ଶୀଘ୍ର ପୁଲିସ ଜମ୍ବୁ ହତ୍ୟା ଘଟଣା ଉପରୁ ପରଦା ଉଠାଇବା ସହ ପୁଲିସ ହେପାଜତରେ ଥିବା ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ କରିବ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories