କାମରେ ଅବହେଳା;୨୨୫କେନ୍ଦ୍ର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ: ୨୨୫ଜଣ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟ ସୂଚାରୁ ଭାବେ ସମ୍ପନ୍ନ ନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କ୍ଷମତା ତାଲିକା ସରକାରଙ୍କ ହସ୍ତଗତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଗ୍ରୁପ ଏରେ ୨୫,୦୮୨ଜଣ ଅଧିକାରୀଙ୍କ ନାମ ରହିଥିବାବେଳେ ଗ୍ରୁପ ବିରେ ୫୪,୮୭୩ଜଣଙ୍କ ନାମ ରହିଛି। ଏହି କର୍ମଚାରୀଙ୍କ କାର୍ଯ୍ୟକ୍ଷମତାକୁ ତର୍ଜମା କରାଯିବା ପରେ ୨୨୫ଜଣ ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ଗ୍ରୁପ ଏରେ ୯୩ଜଣ ଓ ଗ୍ରୁପ ବିରେ ୧୩୨ଜଣଙ୍କ ଉପରେ ଏଭଳି ପଦକ୍ଷେପ ନିଆଯିବ। ସେହିପରି ୨୦୧୭ରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ୮୦ଜଣ ଆଇଏଏସ ଅଧିକାରୀ ଭିଜିଲାନ୍ସ କ୍ଲିୟାରେନ୍ସ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ସେମାନେ ସେମାନଙ୍କ ନାମରେ ଥିବା ସମ୍ପତ୍ତି ଓ ଅର୍ଥ ସମ୍ପର୍କିତ ବିସ୍ତୃତ ରିପୋର୍ଟ ସମ୍ପୃକ୍ତ ବିଭାଗକୁ ପ୍ରଦାନ କରି ନାହାନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଆଇଏଏସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ସହ ବିଭାଗୀୟ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply