www.samajalive.in
Thursday, December 11, 2025
14.1 C
Bhubaneswar

ଚେଲା କୁମାରଙ୍କ ଗସ୍ତ ପରେ ତେଜି ଉଠିଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ଦାୟିତ୍ୱ ତୁଲାଇବା ପାଇଁ ଆସିଥିବା ଏଆଇସିସି ଦ୍ୱାରା ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲା କୁମାର ୬ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଛନ୍ତି। ଚେଲାକୁମାର କଂଗ୍ରେସର ବରିଷ୍ଠ ନେତାଙ୍କ ଠାରୁ ଧରି ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ଆଗାମୀ ରଣନୀତି ପ୍ରସ୍ତୁତ କରିବା ପରେ ରାଜ୍ୟରେ ଶୋଇ ରହିଥିବା କଂଗ୍ରେସ ସଂଗଠନ ଏବେ ଚେଇଁଛି। ଦଳୀୟ ବିଧାୟକ ଓ ସାଂସଦଙ୍କ ସମେତ ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ରାଜ୍ୟ କିଷାନ କଂଗ୍ରେସ, ରାଜ୍ୟ ଆଇଏନ୍‍ଟିୟୁସି କର୍ମକର୍ତ୍ତା, ପିସିସି ପ୍ରଶିକ୍ଷଣ ପ୍ରଭାରୀ, ରାଜ୍ୟ ଦଳିତ ସେଲ୍‌ ସଭାପତି, ଆଦିବାସୀ ସେଲ୍‌ ସଭାପତି, ରାଜ୍ୟ ସଂଖ୍ୟାଲଘୁ ସଭାପତି, ରାଜ୍ୟ ଓ ଜିଲା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ରାଜ୍ୟ ପଛୁଆବର୍ଗ ବିଭାଗ ସଭାପତିଙ୍କ ସହିତ ଆଲୋଚନା କରିବା ପରେ ଏବେ ଛାମୁଆ ସଂଗଠନ ସକ୍ରିୟ ହୋଇ ଉଠିଛନ୍ତି। ଜିଲା କମିଟି ପୁନର୍ଗଠନ ସହିତ ରାଜ୍ୟରେ ସଭ୍ୟ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ପିସିସି ପ୍ରଶିକ୍ଷଣ ପ୍ରଭାରୀ ଶୁଭେନ୍ଦୁ ମହାନ୍ତି କହିଛନ୍ତି ଯେ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍‌ସ୍ତରରେ କଂଗ୍ରେସ କର୍ମୀ ଓ ନେତାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଏହାଦ୍ୱାରା ସାଧାରଣ ଲୋକଙ୍କୁ କଂଗ୍ରେସରେ ସାମିଲ କରାଯିବା ସହିତ କର୍ମୀଙ୍କୁ ସକ୍ରିୟ କରାଯାଇପାରିବ। କେନ୍ଦ୍ର ସରକାର ସଂସଦର ଚଳିତ ମୌସୁମୀ ଅଧିବେଶନରେ ୩ଟି ଚାଷୀ ବିରୋଧୀ ଆଇନକୁ ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ପଦଦଳିତ କରି ଏହାକୁ ପାରିତ କରିଛନ୍ତି। ଏହି କଳା ଆଇନ ବିରୋଧରେ ଚାଷୀ ସଂଗଠନ ଓ ରାଜ୍ୟ କଂଗ୍ରେସ ଦେଶବ୍ୟାପି ଆନ୍ଦୋଳନର ଡାକରା ଦେଇଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପରେ ଦସ୍ତଖତ ଅଭିଯାନ ମଧ୍ୟ ରାଜ୍ୟବ୍ୟାପି ଚାଲୁଛି ଯାହା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ଚାଲିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନୁରୂପ ଭାବେ ଶ୍ରମ ଆଇନ ସଂସ୍କାର ନାମରେ ପୂର୍ବର ଶ୍ରମ ଆଇନଗୁଡ଼ିକୁ ଉଚ୍ଛେଦ କରାଯାଇ ଲେବର କୋଡ ବିଜେପି ସରକାର ପ୍ରଚଳନ କରୁଛନ୍ତି ଯାହା ଶ୍ରମିକ ବିରୋଧୀ। ଶ୍ରମିକଙ୍କ ସର୍ବନିମ୍ନ ଅଧିକାର ସବୁକୁ ଏହା କ୍ଷୁଣ୍ଣ କରିବ ଏବଂ ପୁଞ୍ଜିପତିଙ୍କୁ ସୁହାଇବ। ତେଣୁ ତା’ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଆଇଏନ୍‍ଟିୟୁସି ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଓ କଂଗ୍ରେସ ମିଳିତ ଭାବେ ଡାକରା ଦେଇଛନ୍ତି।
ଓଡ଼ିଶାର ସାଂଗଠନିକ ବିପର୍ଯ୍ୟସ୍ତକୁ ସୁଧାରି ଆଗାମୀ ୨୦୨୪ରେ କଂଗ୍ରେସ ସରକାର ପ୍ରତିଷ୍ଠା ପାଇଁ ନିଶ୍ଚିତ ଭାବେ ସକ୍ଷମ ହେବେ ବୋଲି ନେତୃବର୍ଗ ଚେଲା କୁମାରଙ୍କ ଆହ୍ୱାନ ପରେ ଦଳରେ ଆଶା ସଞ୍ଚାର ହୋଇଛି। ପିସିସିି ସଭାପତି ଶ୍ରୀ ପଟ୍ଟନାୟକ ବିଗତ ଦିନମାନଙ୍କରେ କଂଗ୍ରେସର ସାଂଗଠନିକ ପରିସ୍ଥିତି ଏବଂ ଗତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ବିଷୟରେ ଡ. ଚେଲା କୁମାରଙ୍କ ପାଖରେ ନିଜର ମତ ରଖି କଂଗ୍ରେସ ଦଳକୁ ସମସ୍ତ ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ ଚେଷ୍ଟା କଲେ ଆଗାମୀ ଦିନରେ ନିଶ୍ଚିତ ଭାବେ କଂଗ୍ରେସ ଏକ ଦୃଢ଼ ସଂଗଠନ ଭାବେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ବୋଲି କହିଛନ୍ତି। କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ କଂଗ୍ରେସ ଜନ ଆନ୍ଦୋଳନ କରିବ। ଚାଷୀ, ଆଦିବାସୀ, ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି।
କଂଗ୍ରେସକୁ ଆଗେଇ ନେବାପାଇଁ ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କୁ ଦେଶରେ ପ୍ରଧାନମନ୍ତ୍ରୀ କରିବାକୁ ହେଲେ କିଏ ପିସିସି ସଭାପତି ହେବ ସେ ନେଇ ଚିନ୍ତା ନକରି କଂଗ୍ରେସ ସଂଗଠନ କିପରି ମଜଭୁତ ହେବ କଂଗ୍ରେସର ନେତା ଓ କର୍ମୀଙ୍କୁ ଡ. ଚେଲା କୁମାର ମନ୍ତ୍ର ଦେଇଛନ୍ତି। କଂଗ୍ରେସର ନେତୃବର୍ଗ ନିଜ ନିଜ ଭିତରେ ମତପାର୍ଥକ୍ୟ ଭୁଲି ଏକଜୁଟ ହୋଇ କାମକଲେ ରାଜ୍ୟ ଓ ଦେଶରେ କଂଗ୍ରେସ ଶାସନକୁ ଫେରିପାରିବ ବୋଲି ଚେଲା କୁମାରଙ୍କ କର୍ମୀଙ୍କୁ ଆହ୍ୱାନ କଂଗ୍ରେସର ମନୋବଳ ବଢ଼ାଇଛି। ତେବେ ନଭେମ୍ବରରେ ହେବାକୁ ଥିବା ଦୁଇଟି ବିଧାନସଭା ଉପନିର୍ବାଚନ ଦଳ ପାଇଁ ଅଗ୍ନିପରୀକ୍ଷା ଭାବେ ବିବେଚନା କରାଯାଉଛି। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଜିତିବା ଅପେକ୍ଷା ଦଳର ଅମାନତ କିଭଳି ରହିବ ତାହା ଚେଲା କୁମାରଙ୍କ ପାଇଁ ଯେତିକି ଆହ୍ୱାନ ରାଜ୍ୟ କର୍ମକର୍ତ୍ତାଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲ ମତ ପ୍ରକାଶ କରିଛି। ଚେଲାଙ୍କ ଗସ୍ତ ନିଶ୍ଚିତ ଭାବରେ କଂଗ୍ରେସକୁ ଆଗକୁ ନେବାରେ ସହାୟକ ହେବ ବୋଲି ଦଳର ବରିଷ୍ଠ ନେତା ସ୍ୱୀକାର କରିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories