www.samajalive.in
Tuesday, December 9, 2025
16.1 C
Bhubaneswar

ସରକାର ଭାଙ୍ଗିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣଙ୍କ ବିରୋଧରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିଛନ୍ତି। ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସରକାରକୁ ଭାଙ୍ଗିବା ଲାଗି ଜଷ୍ଟିସ ରମଣ ଷଡଯନ୍ତ୍ର ଚଳାଇଛନ୍ତି। ଜଷ୍ଟିସ ରମଣଙ୍କ ଏପରି ଯୋଜନାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କେତେକ ବିଚାରପତି ସମ୍ପୃକ୍ତ ଅଛନ୍ତି ବୋଲି ଜଗନ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ମିଶି ରାଜ୍ୟ ସରକାରକୁ ଭାଙ୍ଗିବା ଲାଗି ବିଚାରପତି ରମନା ନ୍ୟାୟପାଳିକାକୁ ଉପଯୋଗ କରୁଥିବା ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି। ଜଗନ ଅଭିଯୋଗ କରିଛନ୍ତି ଯେ ବିଚାରପତି ରମଣ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବିଚାର ନିମନ୍ତେ ଆସୁଥିବା ବିଭିନ୍ନ ମାମଲାର ବିଚାର ନିମନ୍ତେ ଖଣ୍ଡପୀଠ ଗଠନ ଓ ବିଚାରପତିଙ୍କୁ ମାମଲା ବଣ୍ଟନ କାର୍ଯ୍ୟକୁ ପ୍ରଭାବିତ କରୁଛନ୍ତି। ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଜଗନ ଉଲ୍ଲେଖ କରିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଠିତ ହୋଇଥିବା ସରକାରକୁ ଅସ୍ଥିର କରିବାକୁ ନ୍ୟାୟପାଳିକାକୁ ବ୍ୟବହାର କରାଯାଉଛି। ଚିଠିରେ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ଜଣ ବିଚାରପତିଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଅଭିଯୋଗ କରାଯାଇଛି କି ଚନ୍ଦ୍ରବାବୁ ନାଇଡୁ ଓ ତେଲୁଗଦେଶମ୍ ପାର୍ଟି ନାମରେ ଚାଲିଥିବା ମାମଲାକୁ ରଫାଦଫା କରିବାକୁ ଜଷ୍ଟିସ ରମଣ ଆନ୍ଧ୍ର ହାଇକୋର୍ଟ ଉପରେ ଚାପ ପକାଉଛନ୍ତି।
ମୁଖ୍ୟମନ୍ତ୍ରୀ ରେଡ୍ଡିଙ୍କ କହିବା ମୁତାବକ, ୱାଇଏସ ଆର କଂଗ୍ରେସ ପାର୍ଟି ମେ’ ୨୦୧୯ ରେ କ୍ଷମତା ହାସଲ କରିବା ପରେ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଶାସନ କାଳ ଜୁନ୍ ୨୦୧୪ ରୁ ମେ’ ୨୦୧୯ପର୍ଯ୍ୟନ୍ତ ହୋଇଥିବା ସମସ୍ତ କାରବାରର ତଦନ୍ତ ନିର୍ଦେଶ ଦେଇଥିଲା। ଏହା ସୁପ୍ରିମକୋର୍ଟର ବିଚାରପତି ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥାର ପରିଚାଳନା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଥିଲେ। ଜମି ଜାଲିଆତିକୁ ନେଇ ଜଷ୍ଟିସ ରମଣଙ୍କ ଦୁଇ ଝିଅଙ୍କ ବିରୋଧରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏବିସି) ତଦନ୍ତ ଚଳାଇଥିବାରୁ ରାଜ୍ୟ ସରକାରକୁ ଭାଙ୍ଗିବା ଲାଗି ଏପରି ଯୋଜନା କରାଯାଉଥିବା ଜଗନ ଅଭିଯୋଗ କରିଛନ୍ତି। ଅକ୍ଟୋବର ୬ ଜଗନ ଏହି ଚିଠି ପ୍ରଧାନ ବିଚାରପତିଙ୍କ ନିକଟକୁ ଲେଖିଥିବାବେଳେ ଅକ୍ଟୋବର ୧୦ (ଶନିବାର) ରାତିରେ ଏହି ଚିଠି ଗଣମାଧ୍ୟମର ହସ୍ତଗତ ହୋଇଛି।
ଜଗନ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଆଡଭୋକେଟ ଜେନେରାଲ ଦାମଲାପାଠି ଶ୍ରୀନିବାସନଙ୍କ ବିରୋଧରେ ଜମି ଦୁର୍ନୀତିର ତଦନ୍ତ ଚାଲିଥିବାବେଳେ ଏହା ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ରେ ହାଇକୋର୍ଟ ଦେଇଥିବା ନିର୍ଦେଶରେ କହିଛନ୍ତି ଯେ ଶ୍ରୀନିବାସନଙ୍କ ବିରୋଧରେ ଏବିସି ରୁଜୁ କରିଥିବା ମାମଲା ଗଣମାଧ୍ୟମରେ ପ୍ରଚାର କରାଯାଇପାରି ନାହିଁ। ଗଣମାଧ୍ୟମକୁ ଏହି ଖବର ପ୍ରସାରଣ ଉପରେ ରୋକ ଲଗାଯାଇଛି। ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ ପୂର୍ବକ ନ୍ୟାୟପାଳିକାର ଉପଯୋଗ ନେଇ ଜଷ୍ଟିସ ରମନାଙ୍କ ବିରୋଧରେ ଜଗନ ଅଭିଯୋଗ କରିବା ସହ ନ୍ୟାୟପାଳିକାର ନିରକ୍ଷେପତା ବଜାୟ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନ ବିଚାରପତିଙ୍କୁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଶାସକ ୱାଇଏସଆର କଂଗ୍ରେସ ପାର୍ଟି ଓ ତେଲୁଗ ଦେଶମ ପାର୍ଟି ମଧ୍ୟରେ ବିବାଦ ଲାଗି ରହିଥିବାବେ​‌େ​‌ଳ ଏଥିରେ ନ୍ୟାୟପାଳିକାର ଏପରି ହସ୍ତକ୍ଷେପ ଚର୍ଚ୍ଚାର ବିଷୟ ହୋଇଛି। ଏହା ନ୍ୟାୟପାଳିକାର କାର୍ଯ୍ୟଧାରା ଉପରେ ପୁଣି ପ୍ରଶ୍ନ ଉଠାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories