www.samajalive.in
Wednesday, December 10, 2025
23.1 C
Bhubaneswar

କନ୍ଧମାଳ: ୪୯ ନୂଆ ସଂକ୍ରମିତ ଚିହ୍ନଟ, ପ୍ରଶାସନ ଜାରିକଲା ହେଲ୍ପ ଡେସ୍କ ନମ୍ବର

ଫୁଲବାଣୀ: କନ୍ଧମାଳ ଜିଲାରେ ରବିବାର ଜଣେ ଆୟୁଷ ଡାକ୍ତରଙ୍କ ସମେତ ୪ ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ୪୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୦୦ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୪,୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସରକାରି ଭାବେ ୨୫ ରହିଛି। ଆଉ ୩୮୬ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିଙ୍କ ୭.୫୭ ପ୍ରତିଶତ ରୋଗୀ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ବ୍ଳକରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡାରୁ ୨ ଜଣ, ଘୁ.ଉଦୟଗିରି ବ୍ଳକରୁ ୪ ଜଣ, କ.ନୁଆଗାଁର ଜଣେ, ଚକାପାଦରୁ ୭, ଦାରିଙ୍ଗବାଡିର ୫, ଫିରିଙ୍ଗିଆ ୬,ରାଇକିଆ ୧୦, ଟିକାବାଲିର ୪, ତୁମୁଡିବନ୍ଧ ଅଂଚଳରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ତେବେ ଗତ ୬ ମାସ ହେଲା ଫୁଲବାଣୀରେ କୋଭିଡ଼୍‍ ମେଡ଼ିକାଲ୍‍ ଖୋଲାଯାଇ ଚିକିତ୍ସା କରାଯାଉଥିବା ବେଳେ ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଭିଯୋଗ ହୋଓ ଆସୁଥିଲା। ଶେଷରେ ବାଧ୍ୟ ହୋଇ ଆଜି ପ୍ରଶାସନ ଜାରି କରିଛି ଏକ ହେଲ୍ପ ଡ଼େକ୍ସ ନମ୍ବର। କରୋନାରେ ଆକ୍ରାନ୍ତ ହୋଇ ଫୁଲବାଣୀ କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବା ରୋଗୀଙ୍କ ପରିବାର ଲୋକଙ୍କର ସୁବିଧା ପାଇଁ ଏବଂ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଫୁଲବାଣୀ କୋଭିଡ ହସପିଟାଲରେ ଆଜି ଠାରୁ ଏକ ହେଲ୍ପ ଡେସ୍କ ନମ୍ବର (୮୪୮୦୩୯୭୫୩୫) ଜାରି କରାଯାଇଛି। ଏନେଇ ଆଜି ଖୋଦ୍‍ ଜିଲାପାଳ ଜିଲ୍ଲାପାଳ ଟ୍ୱିଟ୍‍ ଜରିଆରେ ସୁଚନା ଦେଇଛନ୍ତି। ବାରମ୍ବାର ଦାବି ପରେ ଓ ଦୀର୍ଘଦିନ ପରେ ଜିଲା ପ୍ରଶାସନ ଏକ ହେଳ୍ପ ଡ଼େକ୍ସ ନମ୍ବର ଜାରି କରିଥିବା ଯୋଗୁଁ ସାଧାରଣ ଜନତା ସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories