www.samajalive.in
Friday, December 5, 2025
20.1 C
Bhubaneswar

ସମାଜସେବୀ ତରଣୀସେନ ମଣ୍ଡଳଙ୍କ ବିୟୋଗରେ ଶୋକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଅଞ୍ଚଳର ଜଣାଶୁଣା ସମାଜସେବୀ ତରଣୀସେନ ମଣ୍ଡଳ(୬୦)ଙ୍କର ଗତକାଲି ରାତି ରାଙ୍କି ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତରଣୀସେନ ମଣ୍ଡଳଙ୍କ ବିୟୋଗ ଖବର ମିଳିବା ପରେ ଖିରେଇଟାଙ୍ଗିରୀ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଖିରେଇଟାଙ୍ଗିରୀ ବଜାରକୁ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ଏହା ସହ ଆଜି ପୂର୍ବାହ୍ନରେ ହାଟ ପଡ଼ିଆଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ଖିରେଇଟାଙ୍ଗିରୀ ସରପଞ୍ଚ ବନଜ କୁମାର ନାଏକ, ସମିତି ସଭ୍ୟ ରମେଶ ନାଏକ, ସର୍ବଶ୍ରୀ କାହ୍ନୁଚରଣ ସାହୁ, ଅଶୋକ ମହାନ୍ତ, କରମୁ ମହାରଣା ପ୍ରମୁଖ ବଜାର କମିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ତରଣୀସେନ ମଣ୍ଡଳ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର ସଂପାଦକ ଓ ଶିବ ଜାଗର କମିଟିର ସଭାପତି ରହିବା ସହ ଜଣେ ସମାଜସେବୀ ଭାବେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ବିଧାୟକ ହୃଷୀକେଶ ନାଏକ, ଯୁବନେତା ଇଂ ବିନୋଦ ବିହାରୀ ନାଏକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories