www.samajalive.in
Sunday, December 7, 2025
14.1 C
Bhubaneswar

ନବରାତ୍ର ୨୦୨୦ : ଆପଣାନ୍ତୁ ଏହି ଉପାୟ ପୂରଣ ହେବ ମନସ୍କାମନା

ଶାରଦୀୟ ନବରାତ୍ର ପର୍ବ ହିନ୍ଦୁଧର୍ମର ପ୍ରମୁଖ ପର୍ବ। ଚଳିତ ବର୍ଷ ଏହି ପର୍ବ ୧୭ ଅକ୍ଟୋବର ରୁ ଆରମ୍ଭ ହୋଇ ୨୫ ଅକ୍ଟୋବରରେ ସମାପ୍ତ ହେବ। ନଅ ଦିନ ଯାଏଁ ପାଳନ ହେଉଥିବା ଏହି ପର୍ବ ମା’ଦୁର୍ଗାଙ୍କର ନଅ ସ୍ୱରୂପର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ଆଶୀର୍ବାଦ ଓ କୃପା ପାଇବା ପାଇଁ ବହୁ ଭକ୍ତ ନବରାତ୍ର ଉପବାସ ମଧ୍ୟ କରିଥାଆନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ , ଏହି ସମୟରେ ଦେବୀଙ୍କ ପୂଜାର୍ଚ୍ଚନା କରିବା ସମୟରେ ବାସ୍ତୁର ସରଳ ଉପାୟ ପ୍ରତି ଧ୍ୟାନ ଦେଲେ ଇଚ୍ଛାନୁଯାୟୀ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ସୁଖସମୃଦ୍ଧି , ଶାନ୍ତି ପାଇଁ ବାସ୍ତୁର ଉପାୟ….
ଦେବୀ ମା’ଙ୍କ ସ୍ୱାଗତ କରିବା ପୂର୍ବରୁ ଘରକୁ ଭଲ ଭାବେ ସଫାସୁତୁରା କରନ୍ତୁ। ଘରର ଅନାବଶ୍ୟକ ସାମଗ୍ରୀ ଫିଙ୍ଗି ଦିଅନ୍ତୁ। ଅସନା ଅପରିଷ୍କାର ଆଦୌ କରନ୍ତୁ ନାହିଁ। ଧୂପ ଦୀପରେ ଘରେ ଲଗାଇ ବାତାବରଣକୁ ଶୁଦ୍ଧ କରନ୍ତୁ।
ପଣ୍ଡିତଙ୍କ ସହ ପରାମର୍ଶର କରି ସଠିକ ଦିଗ ଓ ସ୍ଥାନରେ ବିଧି ପୂର୍ବକ ମା’ଙ୍କ ପୂଜାର୍ଚ୍ଚନା କରନ୍ତୁ।
ପୂଜାସ୍ଥାନରେ ହଳଦୀ ଓ କୁଙ୍କୁମରେ ସ୍ୱସ୍ତିଷ୍କ ଚିହ୍ନ କରନ୍ତୁ।
ମା’ଙ୍କ ପୂଜାରେ ସତେଜ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ।
ଯେଉଁ ସ୍ଥାନରେ ମା’ଙ୍କୁ ପୂଜାର୍ଚ୍ଚନା କରିବେ ସେଠାକାର କାନ୍ଥର ରଙ୍ଗ ପ୍ରତି ମଧ୍ୟ ଧ୍ୟାନ ରଖିବେ। ଏ ବିଷୟରେ ମଧ୍ୟ ପଣ୍ଡିତଙ୍କ ସହ ଥରେ ପରାର୍ମଶ କରିବେ।
ମା’ଙ୍କ ପୂଜାର୍ଚ୍ଚନା, ବସ୍ତ୍ର, ଭୋଗ ସମ୍ପୂର୍ଣ୍ଣ ବିଧିପୂର୍ବକ ପାଳନ କରିବେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories