www.samajalive.in
Saturday, December 13, 2025
26.1 C
Bhubaneswar

ସକରାତ୍ମକ ଶକ୍ତି ପାଇଁ ନବରାତ୍ରରେ କରନ୍ତୁ ଏହି ୯ଟି ଉପାୟ

ନବରାତ୍ର ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି। ଏଥି ସହିତ ନବବ୍ରତରେ ମାତା ଦୁର୍ଗାଙ୍କୁ ସମ୍ପୂର୍ଣ୍ଣ ରୀତିନୀତି ସହିତ ପୂଜା କରାଯାଇଥାଏ। ଏହି ନଅ ଦିନ ମା’ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହି ୯ ଦିନ ମଧ୍ୟରେ ଘରୁ ଏବଂ ଜୀବନରୁ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ସୃଷ୍ଟି କରାଯାଇ ପାରିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ  ଗୁଡିକ ବିଷୟରେ…

ଘରୁ ନକାରାତ୍ମକ ଶକ୍ତି ହଟାଇବା ପାଇଁ ନବରାତ୍ର ସମୟରେ ଘରର ମୁଖ୍ୟ ଦ୍ୱାରରେ ଏକ ସ୍ବସ୍ତିକ ଚିହ୍ନ କରନ୍ତୁ।

- Advertisement -

ଏହା ବ୍ୟତୀତ ଶ୍ରୀ ଗଣେଶଙ୍କର ଏକ ଫଟୋ ରଖନ୍ତୁ। ଏହା ଦ୍ବାରା ସମସ୍ତ ପ୍ରକାରର ବାଧାବିଘ୍ନ ଦୂର ହୋଇଥାଏ।

ଆମ୍ବ ଏବଂ ଅଶୋକ ପତ୍ରର ଏକ ମାଳ ତିଆରି କରି ଏହାକୁ ମୁଖ୍ୟ ଫାଟକରେ ବାନ୍ଧନ୍ତୁ। ଏହା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସକରାତ୍ମକତା ଶକ୍ତି ଆସିଥାଏ ଏବଂ ଘରର ପରିବେଶ ସୁଖଦ ହେବ।

ପ୍ରବେଶ ପଥରେ ଲକ୍ଷ୍ମୀଜୀଙ୍କ ଏକ ପାଦଚିହ୍ନ ଆଙ୍କନ କରନ୍ତୁ। ଏହା ଦ୍ବାରା ନକାରାତ୍ମକ ଶକ୍ତି ଘରୁ ବାହାରି ଥାଏ ଏବଂ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆସିଥାଏ।

ନବରାତ୍ରରେ ଲକ୍ଷ୍ମୀ ମନ୍ଦିରକୁ ଯାଆନ୍ତୁ ଏବଂ କେଶର ସହିତ ହଳଦିଆ ଚାଉଳ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଘରେ ଥିବା ସମସ୍ତ ବାଧା ବିଘ୍ନ ଦୂର ହୁଏ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories