www.samajalive.in
Sunday, December 7, 2025
14.1 C
Bhubaneswar

କଳାକାରଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ଆଗୁଆ କଳାକାର ଭତ୍ତା

ଭୁବନେଶ୍ୱର: ରାଜ୍ୟର କଳାକାର ଭତ୍ତା ପାଉଥିବା କଳାକାରମାନଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଭାବେ କଳାକାର ଭତ୍ତା ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପୂର୍ବରୁ ଭତ୍ତା ପ୍ରଦାନ କରାଯାଇଥିଲା।

 

- Advertisement -

କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆଗୁଆ ତିନି ମାସର କଳାକାର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଠାରେ ସୂଚନାେଯାଗ୍ୟ ଯେ ରାଜ୍ୟର ପ୍ରତିମାସ ୩୪,୬୫୩ ଜଣ କଳାକାରମାନଙ୍କୁ ଜଣକୁ ମାସିକ ୧୨୦୦ ଟଙ୍କା ହିସାବରେ ୪,୧୫,୮୩,୬୦୦ ଟଙ୍କା ପ୍ରଦାନ କରାଯାଉଛି। ଚଳିତ ଥର ତିନି ମାସ ନିମନ୍ତେ ୧୨,୪୭,୫୦,୮୦୦ ଟଙ୍କା ଭତ୍ତା ପୂର୍ବ ପରି ଜିଲ୍ଲା ପାଳମାନଙ୍କ ଜରିଆରେ କଳାକାରମାନଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି।

କୋଭିଡ୍‌ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଅଧୀନରେ ମାସିକ ୧୨୦୦ ଟଙ୍କା ହାରରେ ଅକେଫାବର, ନଭେମ୍ବର ଓ ଡିସେମ୍ବର ତିନିମାସ ପାଇଁ ଅଗ୍ରୀମ ଭତ୍ତା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି । ଏ ବାବଦରେ କଳାକାରମାନଙ୍କୁ ୧୨,୪୭,୫୦,୮୦୦ ଟଙ୍କା ପ୍ରଦାନ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories