www.samajalive.in
Sunday, December 7, 2025
26.1 C
Bhubaneswar

ଗୋପବନ୍ଧୁ ଜୟନ୍ତୀ ଅବସରରେ ଗ୍ରାମ୍ୟ ରାସ୍ତା ସଫେଇ

ପାଟକୁରା: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳନ ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ‘ଶାନ୍ତି ମୈତ୍ରୀ’ ପକ୍ଷରୁ ଆଜି ସ୍ଥାନୀୟ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମର ଆବର୍ଜ୍ଜନା ପୂର୍ଣ୍ଣ ଥିବା କେତେକ ଗ୍ରାମ୍ୟ ରାସ୍ତାକୁ ସଫେଇ ଓ ମରାମତି କରାଯାଇଛି। ପ୍ରକାଶ ଯେ, ହରିଦାସପୁର ଗ୍ରାମର ଚଗଲା ସେଠୀଙ୍କ ଘର ନିକଟରୁ ଚନ୍ଦ୍ରଶେଖର ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଆବର୍ଜ୍ଜନା ପୂର୍ଣ୍ଣ ହୋଇଥିବାବେଳେ, ରାସ୍ତା ଉପରେ ଗଛଲତା ମାଡି ଯାଇ ରାସ୍ତାକୁ କେତେକ ଭାବରେ ଆବଦ୍ଧ କରିଦେଇଥିଲା । ଫଳରେ ସାହିର ଲୋକମାନେ ଏହି ରାସ୍ତା ମଧ୍ୟ ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଥିଲା। ଆଜି ଗୋପବନ୍ଧୁ ଜୟନ୍ତି ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ‘ଶାନ୍ତି ମୈତ୍ରୀ’ ପକ୍ଷରୁ ଏହି ସଫେଇ କାର୍ଯ୍ୟ ହାତକୁ ନିଆଯାଇଥିଲା। ଗ୍ରାମର ମଣ୍ଟୁ ମହାନ୍ତି,କେଦାର ବାରିକ୍,କୈଳାଶ ଚନ୍ଦ୍ର ମଲ୍ଲିକ,ଶମ୍ଭୁ ମଲ୍ଲିକ,ଅଚ୍ୟୁତ୍ ସେଠୀ ପ୍ରମୁଖ ୧୮ରୁ୨୦ ଜଣ ସ୍ୱେଛାସେବୀମାନେ ହାତରେ କୋଦାଳ, ଦା’ଝୁଡି ଓ କୁରାଢୀ ଆଦି ଧରି ରାସ୍ତା ସଫେଇ କାର୍ଯ୍ୟ କରିଥିଲେ। ସେହିପରି ହରିଦାସପୁର ଗ୍ରାମ ନିକଟସ୍ଥ ଚିତ୍ରୋତ୍ପଳା ନଦୀ ପାଶ୍ୱର୍ରେ ଥିବା ବହୁ ପୁରାତନ ଶନୀଦେବଙ୍କ ପୀଠକୁ ଯାତାୟତ କରିବା ପାଇଁ ପାଟକୁରା-ନୂଆପଡା ମୂଖ୍ୟ ରାସ୍ତା ପାଶ୍ୱର୍ରୁ ମନ୍ଦିର ପରିସରକୁ ଥିବା ମାଟି କାଦୁଅ ରାସ୍ତାକୁ ସଫେଇ କରାଯାଇଥିଲା। ରାସ୍ତା ପାଶ୍ୱର୍ରେ ପଡି ରହିଥିବା ବାଲିକୁ ରାସ୍ତାରେ ପକାଇ ଦିଆଯାଇଥିଲା। ଏହି ଅବସରରେ ‘ଶାନ୍ତିମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଟାନ ପକ୍ଷରୁ ପରିଚାଳନାନିର୍ଦ୍ଧେଶକ ଭଗବାନ ଜେନା ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ଭାଗ ନେଇଥିବା ସମସ୍ତ ସ୍ୱେଛାସେବୀମାନଙ୍କୁ ଏକ ‘ଫାମିଲି କିଟ୍ସ’ ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories