www.samajalive.in
Monday, December 8, 2025
24.1 C
Bhubaneswar

କାଠି ଅଣ୍ଡା ଛଣା

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୬ଟି
ଘିଅ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
ମଇଦା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ୧ଚାମଚ
ଶୁଖିଲା ଲଙ୍କା ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରକୁ କାଢନ୍ତୁ। ଏହାପରେ ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଏକ ଥାଳିରେ ଘିଅ ଲଗାଇ ଏହି ମିଶ୍ରଣକୁ ଢାଳନ୍ତୁ। ଗ୍ୟାସରେ ଏକ କଡ଼େଇ ବସାଇ ଅଳ୍ପ ପାଣି ପକାନ୍ତୁ। ଏହାଭିତରେ ଏକ ଷ୍ଟାଣ୍ଡ ରଖନ୍ତୁ। ଏବେ ଏହି ଷ୍ଟାଣ୍ଡ ଉପରେ ଏହି ମିଶ୍ରଣ ଢାଳି ରଖିଥିବା ଥାଳିକୁ ବସାଇ ଢାଙ୍କୁଣି ବନ୍ଦ କରି ଦିଅନ୍ତୁ। । ଗ୍ୟାସରେ ୧୫ ମିନିଟ ବସାଇବା ପରେ ଏହି ପ୍ରସ୍ତୁତ ଅଣ୍ଡାକୁ କାଢି ଏହାକୁ ଆଙ୍ଗୁଠି ଆକାର ଭଳି କାଟି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ, ମଇଦା, ଶୁଖିଲା ଲଙ୍କା ଖଣ୍ଡ ଗୋଳାଇ ରଖନ୍ତୁ। କାଟି ଥିବା ଅଣ୍ଡାକୁ ରଖିଥିବା ଅଣ୍ଡା ରସରେ ବୁଡ଼ାଇ ଏହାକୁ ମଇଦାର ମିଶ୍ରଣରେ ବୁଡ଼ାନ୍ତୁ। ପୁଣି ଅଣ୍ଡା ରସରେ ବୁଡ଼ାଇ ପାଉଁରୁଟିର ମାଟିଆ ଅଂଶରେ ବୁଡ଼ାନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଠି ଅଣ୍ଡା ଛଣା । ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories