www.samajalive.in
Saturday, December 13, 2025
17.1 C
Bhubaneswar

ପଞ୍ଚାୟତ ଜିଓଟେଗ କର୍ମଚାରୀଙ୍କ ନାଁରେ ଠକେଇ ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଶମେଲ ପଞ୍ଚାୟତ ଫଟାବାହାଲ ଗାଁର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଟଙ୍କା ଆକାଉଣ୍ଟରୁ ସେହି ପଞ୍ଚାୟତର ଜିଓଟେଗରେ କାମ କରୁଥିବା ଯୁବକ ହଡପ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଭିନ୍ନ ସରକାରୀ ଯୋଜନାରୁ ସେ ପାଇଥିବା ସହାୟତା ଟଙ୍କାକୁ ଉକ୍ତ ଯୁବକ ଜଣକ ହଡପ କରିଥିବା ନେଇ ଅଭିଯୋଗ ହେବା ପରେ ସଦର ପୁଲିସ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ କୁଶମେଲ ପଞ୍ଚାୟତର ଜଣେ ହିତାଧିକାରୀ ହେଉଛନ୍ତି ବନମାଳି ପଧାନ । ତାଙ୍କ ନାଁରେ ଭାରତୀୟ ଷ୍ଟେଟବ୍ୟାଙ୍କର କୁଶଙ୍ଗ ଓ କୁଶମେଲ ଶାଖାରେ ଦୁଇଟି ଜମାଖାତା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିସ୍ତି ଟଙ୍କା, ମନରେଗା ଯୋଜନା ଟଙ୍କା, କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ଏହି ଆକାଉଣ୍ଟ ମାନଙ୍କରେ ଜମା ହୋଇଥାଏ। ତେବେ ମଙ୍ଗଳବାର ବନମାଳି ପଧାନ କୁଶଙ୍ଗ ବ୍ୟାଙ୍କରେ ଥିବା ଜମାଖାତାକୁ ବନ୍ଦ କରି ସବୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ପଞ୍ଚାୟତର ଜିଓଟେଗ ଆଶିଷ ମହାପାତ୍ରଙ୍କ ସହ ଯାଇଥିଲେ। ସେଠାରେ ପ୍ରାୟ ୨୪ହଜାର ଟଙ୍କା ଉଠାଇବା ପରେ ଆଶିଷ ବନମାଳିକୁ ବାରଶହ ଟଙ୍କା ଦେଇ ବାକିତକ ଟଙ୍କା ହଡପ କରିନେଇଥିବା ସେ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ବନମାଳି ପଧାନ ଶିକ୍ଷିତ ହୋଇନଥିବାରୁ ଏହାର ସୁଯୋଗ ନେଇ ଆଶିଷ ମହାପାତ୍ର ସବୁତକ ଟଙ୍କା ନେଇଯାଇଥିବା ତାଙ୍କ ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି । ତେବେ ଲିଖିତ ଅଭିଯୋଗ ହେବା ପରେ ସଦର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଆଶିଷ ମହାପାତ୍ର ଏହାକୁ ଅସ୍ୱୀକାର କରିଛନ୍ତି । ବନମାଳି ପଧାନଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା କୁଶମେଲ ବ୍ୟାଙ୍କ ଆକାଉଣ୍ଟରେ ପଡିଥିବା ବେଳେ ଅନ୍ୟ କିଛି ଟଙ୍କା କୁଶଙ୍ଗ ବ୍ୟାଙ୍କ ଖାତାରେ ପଡିଛି । ବନମାଳିଙ୍କ କୁଶଙ୍ଗ ବ୍ୟାଙ୍କ ଆକାଉଣ୍ଟବନ୍ଦ ଥିବାରୁ ତାକୁ ଚାଲୁ କରିବା ପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷ ତାଙ୍କର ମୋବାଇଲ ନମ୍ବର ଲିଙ୍କ କରିଥିଲେ। ଫଳରେ ତାଙ୍କ ପାଖକୁ ତାଙ୍କ ବନ୍ଧୁ ପଠାଇଥିବା ଟଙ୍କା ସେହି ଖାତାରେ ଜମା ହୋଇଛି । ତାଙ୍କର ଭିନ୍ନକ୍ଷମ ପିଉସୀଙ୍କ ଘର ନିର୍ମାଣର ମନରେଗା ଟଙ୍କା ବନମାଳିଙ୍କ ଆକାଉଣ୍ଟରେ ପଡିଥିବାରୁ ସେ ସେହି ଟଙ୍କା ନେଇଥିଲେ । କିନ୍ତୁ ବନମାଳି ଆସି ଓ ତାଙ୍କ ପୁଅ ମାନେ ଆସି ଗଣ୍ଡଗୋଳ କରିବାରୁ ମଙ୍ଗଳବାର ରାତ୍ରୀରେ ଦୁଇ ହଜାର ଓ ବୁଧବାର ସକାଳୁ ୨୨ ହଜାର ଟଙ୍କା ନେଇ ମିଛ କେସ କରିଥିବା ଆଶିଷ ଅଭିଯୋଗ କରିଛନ୍ତି । ତେବେ ସତ କହୁଛି କିଏ? ବନମାଳି ପଧାନ ନା ଆଶିଷ ମହାପାତ୍ର । ଘଟଣା ଯାହା ହେଉନା କାହିଁକି ପୁଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଉଭୟ ପକ୍ଷଙ୍କୁ ଥାନାକୁ ଡକାଇବା ସହିତ ବ୍ୟାଙ୍କକୁ ଯାଇ ଯାଞ୍ଚକଲେ ସବୁ ଜଣାପଡିଯିବ ବୋଲି ସଦର ଥାନା ଅଧିକାରୀ ତୋଫାନ ବାଗ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories