www.samajalive.in
Friday, December 12, 2025
19.1 C
Bhubaneswar

୫ଲକ୍ଷ ଲୁଟ ଘଟଣାର ଦୁଇ ଦିନ ପରେ ବି ପୁଲିସର ହାତ ଖାଲି, ଭୟଭୀତ ସହରବାସୀ

ବଲାଙ୍ଗିର: ବଲାଙ୍ଗିର ସହରରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ଦିନ ଦ୍ୱିପହରରେ ଲୁଟ, ନିଶା ଅବସ୍ଥାରେ ଯୁବକଙ୍କୁ ଆକ୍ରମଣ, ବନ୍ଧୁକ ଦେଖାଇ ଧମକ ଏହିଭଳି ଅନେକ ଘଟଣା କିଛି ଦିନ ତଳେ ସାମ୍ନାକୁ ଆସିଥିବା ବେଳେ ଟାଉନ ପୁଲିସ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି। ଏପରିକି ବ୍ୟାଙ୍କ ସମ୍ମୁଖରୁ ହୋଇଥିବା ପାଞ୍ଚ ଲକ୍ଷ ଟଙ୍କା ଲୁଟ ଘଟଣାର ୨ ଦିନ ପରେ ବି ପୁଲିସର ହାତ ଖାଲିରହିଥିବା ଜଣାପଡିଛି। ଏହା ସହିତ ଆଉ ଏକ ଆକ୍ରମଣ ଘଟଣାର ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ଧରିବାରେ ବିଫଳ ହୋଇଛି।
ସୂଚନା ଅନୁସାରେ ସୋମବାର ବଲାଙ୍ଗିର କଲେଜ ଛକ ଠାରେ ଥିବା ଏସବିଆଇର ଏଡିବି ଶାଖା ସମ୍ମୁଖରୁ ଜଣେ ବ୍ୟବସାୟୀ ସଞ୍ଜୟ ଶତପଥୀଙ୍କ ଠାରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପାଞ୍ଚଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗ ଛଡାଇ ନେଇଥିଲେ। ମଧ୍ୟାହ୍ନ ସମୟରେ ହୋଇଥିବା ଏହି ଘଟଣା ବିଷୟରେ ପୁଲିସ ଖବର ପାଇବା ପରେ ତନାଘନା ଆରମ୍ଭ କରିଥିଲା। ବ୍ୟାଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରି ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଏହି ଘଟଣାକୁ ଦୁଇ ଦିନ ବିତିସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଲୁଟେରା ମାନେ ଧରାପଡିନାହାନ୍ତି। ଏନେଇ ପୁଲିସ ଅଧିକାରୀ ମାନଙ୍କୁ ପଚାରିଲେ ଖୁବ ଶୀଘ୍ର ଧରାପଡିଯିବେ ବୋଲି ଉତ୍ତର ରଖିଛନ୍ତି। ଏହି ଘଟଣା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ପଷ୍ଟ ଦିବାଲୋକରେ କିଭଳି ଲୁଟେରା ମାନେ ଲୁଟ କରିବାକୁ ସାହସ କଲେ। ସହରର ସବୁ ଛକରେ ସିସିଟିଭି ଲାଗିଥିବା ବେଳେ ଲୁଟେରା ମାନଙ୍କୁ ଧରିବାରେ ପୁଲିସକୁ ଏତେ ସମୟ ଲାଗୁଛି କଣ ପାଇଁ ଏହି ସବୁ ପ୍ରଶ୍ନରେ ଏବେ ଟାଉନ ପୁଲିସ ଛନ୍ଦି ହୋଇରହିଛି। ସେହିପରି ଆଉ ଏକ ଘଟଣାରେ ଶନିବାର ଅପରାହ୍ନ ସାଢେ ୪ ଟାରେ ମଦନ ଗୁଡିଆ ବଗିଚା ନିକଟରେ ଥିବା ବିଦେଶୀ ମଦ ଦୋକାନ ସାମ୍ନାରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଅତି ନିର୍ଦ୍ଦୟ ଭାବେ ଦୁଇ ଜଣ ଯୁବକ ଗରୀବ ପାଣ୍ଡେ ଓ ଟୁନା ପାଢୀଙ୍କୁ କିଛି ଯୁବକ ମାଡ ମାରୁଥିବା ସିସିଟିଭି ଭିଡିଓ ଭାଇରାଲ ହୋଇଥିଲା। ଯଦିଓ ଆକ୍ରମଣର ଶୀକାର ହୋଇଥିବା ଦୁଇ ଜଣ ଯୁବକଙ୍କ ମଧ୍ୟ ଅସାମାଜିକ କାର୍ଯ୍ୟକଳାପରେ ସଂପୃକ୍ତି ରହିଛି ତଥାପି ଏହି ଘଟଣା ସାଧାରଣ ସହରବାସୀଙ୍କୁ ଭୟଭୀତ କରିଛି। ଏହି ଘଟଣାର ସିସିଟିଭି ଫୁଟେଜରେ ଅଭିଯୁକ୍ତ ମାନଙ୍କ ଚେହେରା ସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଏହା ପୂର୍ବରୁ ଜଣେ ବ୍ୟାଟେରୀ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ମଧ୍ୟ ସିସିଟିଭି ଫୁଟେଜ ପୁଲିସ ପାଖରେ ଅଛି ସତ କିନ୍ତୁ ଲୁଟେରା ମାନଙ୍କୁ ଧରିବାରେ ବିଫଳ ହୋଇଛି ଟାଉନ ପୁଲିସ। ଏମିତି ଅନେକ ଚୋରୀ, ଲୁଟ, ଆକ୍ରମଣ ଘଟଣା ରହିଛି ଯାହାକୁ ପୁଲିସ ସମାଧାନ କରିବାରେ ବିଫଳ ହୋଇଛି। ପରିଣାମସ୍ୱରୂପ ସ୍ଥାନୀୟ ଥାନା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କୁ ପଚାରିଲେ ଚିରାଚରିତ ଢଙ୍ଗରେ ଅଭିଯୁକ୍ତ ଖୁବଶୀଘ୍ର ଧରାପଡିବେ ବୋଲି ପ୍ରତିକ୍ରୀୟା ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ଘଟଣାରେ ପୁଲିସ ବିଫଳ ହେଉଥିବା ବେଳେ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବିଧାନସଭାରେ ଅଭିଯୋଗ କରିଛନ୍ତି ଶ୍ରୀ ମିଶ୍ର। ଏହା ସହିତ ସ୍ଥାନୀୟ ଥାନା ଅଧିକାରୀ, ଏସପିଙ୍କ ବଦଳି ଦାବି ମଧ୍ୟ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories