www.samajalive.in
Thursday, December 11, 2025
13.1 C
Bhubaneswar

ବିହାର ନିର୍ବାଚନ, ବିଜେପି ୧୨୧ ଓ ଜେଡ଼ିୟୁ ୧୨୨ଟି ଆସନରେ ଲଢ଼ିବ

ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏବଂ ଜନତା ଦଳ ୟୁନାଇଟେଡ୍ ଆସନ ବଣ୍ଟନ ଘୋଷଣା କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଜେଡିୟୁ ୧୨୨ ଏବଂ ବିଜେପି ୧୨୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।ଗତକାଲି ପାଟଣାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଜେଡିୟୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ସାତୋଟି ଆସନ ଦେଇଛି।

ଶ୍ରୀ ନୀତୀଶ କୁମାର କହିଛନ୍ତି ଯେ ମୁକେଶ ସାହାଣୀଙ୍କ ନେତୃତ୍ୱାଧୀନ ବିକାଶଶୀଳ ଇନସାନ ପାର୍ଟି ଭାରତୀୟ ଜନତା ପାର୍ଟି କୋଟାରୁ ଆସନ ପାଇବ। ଭାରତୀୟ ଜନତା ପାର୍ଟି ଏବଂ ବିକାଶଶୀଳ ଇନସାନ ପାର୍ଟି ମଧ୍ୟରେ ଆସନ ଭାଗବଣ୍ଟା ଉପରେ ଆଲୋଚନା ଚାଲିଛି। ଜେଡିୟୁ ସଭାପତି କହିଛନ୍ତି ଯେ ଏନଡିଏ ବିକାଶ ଏବଂ ସଫଳତାକୁ ନିର୍ବାଚନରେ ପ୍ରସଙ୍ଗ କରିବ।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଲୋକ ଜନଶକ୍ତି ପାର୍ଟି ସଭାପତି ଚିରାଗ ପାସୱାନଙ୍କ ନିର୍ବାଚନ ପରବର୍ତ୍ତୀ ମିଳିତ ମଞ୍ଚ ତଥା ଏନଡିଏକୁ ସାହାଯ୍ୟ କରୁଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ନୀତୀଶ କୁମାରଙ୍କ ନେତୃତ୍ୱକୁ ସମର୍ଥନ କରନ୍ତି ସେମାନେ ଏନଡିଏରେ ରହିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହାରରେ ଲୋକ ଜନଶକ୍ତି ପାର୍ଟି ଏନଡିଏ ସହ ନାହିଁ।

କିଛି ଦଳ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଏବଂ ଚିତ୍ର ବ୍ୟବହାର ନେଇ ବିଜେପି ନେତା ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ଦଳ ଏ ବାବଦରେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ଏବଂ ଆଦର୍ଶ ଆଚରଣ ସଂହିତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories