www.samajalive.in
Thursday, December 11, 2025
13.1 C
Bhubaneswar

ସରିଲା ମୌସୁମି ଅଧିବେଶନ: ୭ଦିନରେ ୭ ବିଧେୟକ ପାରିତ

ଭୁବନେଶ୍ୱର:କୋଭିଡ଼ ମହାମାରୀର ଆହ୍ୱାନ ଭିତରେ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୮ଦିନ ମଧ୍ୟରୁ ଗୋଟିଏ ଦିନ ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦିିର୍ଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। କୋଭିଡ଼ ମହାମାରୀ ବେଳେ ସାତଦିନ ଧରି ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହୋଇଥିିବାବେଳେ ୭ଟି ବିଧେୟକ ପାରିତ ହୋଇଛି। ସମୟ କମ୍‍ ହୋଇଥିଲେ ମଧ୍ୟ ସପ୍ତାହକରେ ୭ଟି ବିଧେୟକ ପାରିତ ହେବା ଚଳିତ ଅଧିବେଶନର ଗୁରୁତ୍ୱକୁ ବଢ଼ାଇ ଦେଇଛି। ସବୁଠାରୁ ବଡ଼କଥା ହେଲା ବହୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ବିଲ୍‍ ଗୃହରେ ୪ଦିନ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ପାରିତ ହୋଇଛି। ଏହି ସମୟ ମଧ୍ୟରେ ବିରୋଧୀ ଦଳ ବିଜେପି ପକ୍ଷରୁ ଲକ୍ଷେ କୋଟିର ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଗୃହକୁ ଥରହର କରିଥିଲେ। ଏହାସହିତ କୋଭିଡ଼ ପରିଚାଳାନାରେ ଅନିୟମିତତା ଓ ବିଦ୍ୟୁତ୍‍ ଦର ବୃଦ୍ଧି ଆଲୋଚନା ବେଳେ ସରକାରଙ୍କୁ ଘେରିଥିବାବେଳେ କୃଷି ଓ କୃଷକ ସମସ୍ୟା ନେଇ କଂଗ୍ରେସ ସରକାରଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଥିଲା। ଏହାରି ଭିତରେ ଖଣିି ର୍ଦୁନୀତି ପ୍ରସଙ୍ଗରେ ରୁଲିଂ ନଦେବା ଏବଂ ପିଏମକିଷାନ ମୁଲତବି ଆଲୋଚନା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବା ନେଇ ବିଜେପି ଅସନ୍ତୋଷ ବ୍ୟକ୍ତ କରିଥିଲା। ଅଧିବେଶନର ଶେଷଦିନରେ ବିଜେପି ଗୃହକାର୍ଯ୍ୟରେ ଅସହଯୋଗ କରି କକ୍ଷତ୍ୟାଗ କରିବା ସହିତ ବାଚସ୍ପତିଙ୍କ ଏଭଳି ପକ୍ଷପାତିତା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାକୁ ଯାଇଥିଲା।
ଆଜି ଅପରାହ୍ନ ଅଧିିବେଶନରେ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକର ନିଷ୍ପତି ଅନୁଯାୟୀ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବି ଲାଗି ପ୍ରସ୍ତାବ ଆଣିଥିଲେ। ଏହାକୁ ଶାସକ ଦଳର ବରିଷ୍ଠ ସଭ୍ୟ ଅମର ଶତପଥୀ ଓ ବିଧାୟକ ଅଶ୍ୱିନୀ ପାତ୍ର ସମର୍ଥନ କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଜେପି ସଭ୍ୟଙ୍କୁ ମନାଇ ଗୃହକୁ ଡାକି ଆଣିବାପାଇଁ ଉପମୁଖ୍ୟସଚେତକ ଶ୍ରୀ ପୂଜାରୀଙ୍କୁ ପଠାଇଥିଲେ। ମାତ୍ର ସେତେବେଳକୁ ବିଜେପିି ସଭ୍ୟମାନେ କେହି ବିଧାନସଭା ପରିସର ମଧ୍ୟରେ ନଥିଲେ। ଏହାପରେ ଗୃହ ମୁଲତବି ପାଇଁ ବାଚସ୍ପତି ଶ୍ରୀ ପାତ୍ର ପ୍ରସ୍ତାବ ଆଣିଥିଲେ।

ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କରୋନା ମହାମାରୀ ସତ୍ୱେ ଏହି ମୌସୁମୀ ଅଧିବେଶନଟି ଶୃଙ୍ଖଳାର ସହ ଚାଲିିଥିଲା। ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଛି। ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ର୍ରସଙ୍ଗ ଉପରେ ବହୁ ସମୟ ଧରି ଚର୍ଚ୍ଚା ହୋଇଛି। ଶାସକ ଦଳ, ବିରୋଧୀ ଦଳର ସଭ୍ୟ, ବିଧାନସଭା ସଚିବାଳୟ କର୍ମଚାରୀ, ଗଣମାଧ୍ୟମ ଓ ସୁରକ୍ଷା କର୍ମଚାରୀମାନେ ଏହି ଅଧିବେଶନକୁ ସଫଳ କରିବାକୁ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଏହି ମୌସୁମି ଅଧିିବେଶନ ସ୍ୱଳ୍ପ ଦିନର ହୋଇଥିଲେ ମଧ୍ୟ ବେଶ ସଫଳ ହୋଇଛି। ବହୁ ଗୁରୁତ୍ୱପୂର୍ଣ୍ଣ ୭ଟି ବିଲ୍‍ ପାସ୍‍ ହୋଇଛି। ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାୟୀ ଗୃହକାର୍ଯ୍ୟ ସମ୍ପାଦିତ ହୋଇଛି। ସମସ୍ତଙ୍କର ସହଯୋଗ ରହିଛି। ଯଦିଓ କିଛି ଛୋଟମୋଟ ବ୍ୟତିକ୍ରମ ଦେଖାଦେଇଛି ମୋଟାମୋଟି ଭାବେ ଅଧିବେଶନଟି ସଫଳ ହୋଇଛି। କୋଭିଡ଼ ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ କଷ୍ଟ ସହି ବିଧାନସଭାର ଖବର ଜନସାଧାରଣଙ୍କ ପାଖରେ ପହଞ୍ଚାଇଛନ୍ତି। ଗଣତନ୍ତ୍ର ପାଇଁ ଏହା ଏକ ଶୁଭ ଲକ୍ଷଣ ବୋଲି ଶ୍ରୀ ମିଶ୍ର କହିଥିଲେ।

- Advertisement -

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ କୋଭିଡ଼ ସମୟରେ ଗୃହକାର୍ଯ୍ୟ କିଭଳି ଚାଲିବ ତାକୁ ନେଇ ଗୃହ ପରିସରରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଧାନସଭା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟବିଧି ମଧ୍ୟରୁ ସମୟକୁ କାଂଟଛାଂଟ କରି ଦିନକୁ ସାଢ଼େ ୪ଘଣ୍ଟା ଗୃହ ଚାଲିବା ପାଇଁ ନିଷ୍ପତି ହୋଇଥିଲା। ପ୍ରଶ୍ନକାଳକୁ ବାତିଲ କରାଯିବା ସହିତ ଅଣତାରକା ପ୍ରଶ୍ନ ସଦସ୍ୟଙ୍କଠାରୁ ଲୋଡାଯାଇଥିଲା। ତେବେ ସେ ଯାହା ହେଉ ୭ଦିନ ମଧ୍ୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇପାରିଛି। ସେଥିପାଇଁ ବିରୋଧୀଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ସମସ୍ତ ସଦସ୍ୟଙ୍କୁ ଶ୍ରୀ ପାତ୍ର ଧନ୍ୟବାଦ ଜଣାଇଥିଲେ। ଏହାପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଦୁଇ ମିନିଟ୍‍ ପୂର୍ବରୁ ଅର୍ଥାତ୍‍ ୪.୫୮ରେ ଗୃହକୁ ବାଚସ୍ପତି ଶ୍ରୀ ପାତ୍ର ମୁଲତବି ଘୋଷଣା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories