ରାହୁଲଙ୍କ ନୂଆ ସିଡବ୍ଲ୍ୟୁସି: ବାଦ୍‌ ପଡ଼ିଲେ ଅନେକ ବରିଷ୍ଠ ନେତା

0

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ମଙ୍ଗଳବାର ନୂଆ କରି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ଗଠନ କରିଛନ୍ତି। ଏହି ସିଡବ୍ଲ୍ୟୁସିରୁ ଦିଗ୍‍ବିଜୟ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ, କମଲ ନାଥ, ସୁଶୀଲ କୁମାର ସିନ୍ଦେ, ମୋହନ ପ୍ରକାଶ, ବିକେ ହରିପ୍ରସାଦ ଓ ସିପି ଜୋଷୀଙ୍କ ଭଳି ବରିଷ୍ଠ ନେତାଙ୍କୁ ବାଦ୍‍ ଦିଆଯାଇଛି। ରାହୁଲ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ପ୍ରଥମ କରି ସିଡବ୍ଳ୍ୟୁସି ଗଠନ କରିଛନ୍ତି। ନୂଆ ସିଡବ୍ଲ୍ୟୁସିରେ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମୋତିଲାଲ ଭୋରା, ଗୁଲାମ ନବୀ ଆଜାଦ, ମଲ୍ଲିକାର୍ଜୁନ ଖଡଗେ, ଏକେ ଆଣ୍ଟୋନୀ, ଅହମ୍ମଦ ପଟେଲ ଓ ଅମ୍ବିକା ସୋନି ସ୍ଥାନ ବଜାୟ ରଖିଛନ୍ତି। ସାମିଲ ହୋଇଥିବା ନୂଆ ନେତାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଓମାନ ଚାଣ୍ଡି, ତରୁଣ ଗୋଗଇ, ସିଦ୍ଧରମୈୟା ଓ ହରିଷ ରାୱତ। ସେହିପରି ଶିଲା ଦିକ୍ଷୀତ, ପି ଚିଦମ୍ବରମ୍‍, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବାଲାସାହେବ ଥୋରାଟ, ତାରିକ ହମିଦ ଓ ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି। ପୂର୍ବରୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଥିବା ସୁଶୀଳା ତିରିଆ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟରୁ ବାଦ୍‍ ପଡିଛନ୍ତି। ନୂଆ ସିଡବ୍ଲ୍ୟୁସିରେ ୨୩ ଜଣ ସଦସ୍ୟ, ୧୮ଜଣ ସ୍ଥାୟୀ ନିମନ୍ତ୍ରିତ ଓ ୧୦ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି। ଜୁଲାଇ ୨୨ରେ ନୂଆ ସିଡବ୍ଲ୍ୟୁସିର ପ୍ରଥମ ବୈଠକ ବସିବାର ଅଛି।

Leave A Reply