www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ରାଜ୍ୟରେ ମୋଟ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଆକ୍ରାନ୍ତରୁ ୩୮୧୭ ଜଣ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ପଜିଟିଭ୍‌ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୨୧୭କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଦେଇଥିବା ସୂଚନା ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲାରୁ ୯୬୯, କଟକ ଜିଲ୍ଲାରୁ ୩୬୮, ବରଗଡ଼ ଜିଲ୍ଲାରୁ ୧୫୧, ବାଲେଶ୍ୱର ଜିଲ୍ଲାରୁ ୧୪୬, ନୂଆପଡ଼ା ଜିଲ୍ଲାରୁ ୧୩୫, ଜଗତ୍‌ସିଂହପୁର ଜିଲ୍ଲାରୁ ୧୨୪, ଅନୁଗୁଳ ଜିଲ୍ଲାରୁ ୧୨୨, ସମ୍ବଲପୁର ଜିଲ୍ଲାରୁ ୧୧୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ବଲାଙ୍ଗୀର ଜିଲ୍ଲାରୁ ୯୩, ଯାଜପୁର ଜିଲ୍ଲାରୁ ୯୧, ମୟୂରଭଞ୍ଜ ଜିଲ୍ଲାରୁ ୮୮, ପୁରୀ ଜିଲ୍ଲାରୁ ୮୮, କନ୍ଧମାଳ ଜିଲ୍ଲାରୁ ୮୬, କେନ୍ଦୁଝର ଜିଲ୍ଲାରୁ ୮୬, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଭଦ୍ରକ ଜିଲ୍ଲାରୁ ୮୨, ନୟାଗଡ଼ ଜିଲ୍ଲାରୁ ୭୧, କଳାହାଣ୍ଡି ଜିଲ୍ଲାରୁ ୬୯, ଝାରସୁଗୁଡ଼ା ଜିଲ୍ଲାରୁ ୬୮, ନବରଂଗପୁର ଜିଲ୍ଲାରୁ ୬୬, କୋରାପୁଟ ଜିଲ୍ଲାରୁ ୬୨, ଗଂଜାମ ଜିଲ୍ଲାରୁ ୫୬, ରାୟଗଡ଼ା ଜିଲ୍ଲାରୁ ୫୦, ଢେଙ୍କାନାଳ ଜିଲ୍ଲାରୁ ୪୮, ବୌଦ୍ଧ ଜିଲ୍ଲାରୁ ୪୫, ମାଲକାନଗିରି ଜିଲ୍ଲାରୁ ୩୪, ଗଜପତି ଜିଲ୍ଲାରୁ ୨୪, ଦେବଗଡ଼ ଜିଲ୍ଲାରୁ ୧୪ ଓ ରାଜ୍ୟ ପୁଲରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories