www.samajalive.in
Friday, December 12, 2025
16.1 C
Bhubaneswar

ଗୁରୁତର କରୋନା ରୋଗୀଙ୍କ ଲାଗି ଉପଯୋଗୀ ହେବ ‘ଗଞ୍ଜେଇ ଚିକିତ୍ସା’

କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ‘ଗଞ୍ଜେଇ’ ଚିକିତ୍ସା କରାଯାଇ ଭଲ କରାଯାଇପାରିବ । ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଥିନେଇ ଆଶାପ୍ରକାଶ କରିଛନ୍ତି । ମୂଷାମାନଙ୍କ ଉପରେ ଗଞ୍ଜେଇ ଚିକିତ୍ସା ସଫଳ ହେବା ପରେ ଗୁୁୁରୁତର କରୋନା ରୋଗୀଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି । ଗଞ୍ଜେଇରେ ଥିବା THC (ଟେଟ୍ରାହିଡ୍ରୋକାନାବିନୋଲ) ପଦାର୍ଥ ଜରିଆରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ । THC (ଟେଟ୍ରାହିଡ୍ରୋକାନାବିନୋଲ) ଶ୍ଵାସକ୍ରିୟାରେ ସମସ୍ୟା ଥିବା ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ କରୋନା ରୋଗୀଙ୍କ ପାଇଁ ଉପଯୋଗୀ ହେବ ବୋଲି ଏହି ବୈଜ୍ଞନିକମାନେ କହିଛନ୍ତି ।

- Advertisement -

ବୈଜ୍ଞାନିକମାନେ ଏ ସଂକ୍ରାନ୍ତରେ ଅନେକ ଗବେଷଣା କରିଛନ୍ତି । ପ୍ରଥମେ ମୂଷାମାନଙ୍କୁ ଏକ ଟକ୍ସିନ୍ ଏବଂ ପରେ THC ଦିଆଯାଇଥିଲା | ଦେଖାଗଲା ଯେ THC ଦିଆଯାଇଥିବା ମୂଷାମାନେ ଜୀବିତ ଥିବାବେଳେ ଅନ୍ୟମାନେ ମରି ଯାଇଥିଲେ। ତେଣୁ THC (ଟେଟ୍ରାହିଡ୍ରୋକାନାବିନୋଲ) କରୋନା ପାଇଁ ଉପଯୋଗୀ ହେବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି ।
ତେବେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହି ବିଷୟ ଉପରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ ।  ଏହି ପରିପ୍ରେକ୍ଷୀରେ ମଣିଷଙ୍କ ଉପରେ ଗଞ୍ଜେଇ ଓ  THC (ଟେଟ୍ରାହିଡ୍ରୋକାନାବିନୋଲ) ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories