www.samajalive.in
Thursday, December 11, 2025
18.1 C
Bhubaneswar

ଅନଲାଇନରେ ମିଳିବ ରାସ୍ତାକଡ ଖାଦ୍ୟ, ସ୍ଵିଗି ସହ ଚୁକ୍ତି କଲେ ସରକାର

ଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ଇ-କମର୍ସ ପ୍ଲାଟଫର୍ମରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅଗ୍ରଣୀ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ୱିଗି ସହିତ ଚୁକ୍ତି କରିଛନ୍ତି। ଗ୍ରାହକଙ୍କୁ ଅନଲାଇନ୍ ମାଧ୍ୟମରେ ଏହି ଖାଦ୍ୟ ଯୋଗାଇବା ସହ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭର ନିଧି ଯୋଜନା ଅଧୀନରେ ଏହି ବ୍ୟବସ୍ଥା କରାଯାଇଛି।

ପାଞ୍ଚଟି ସହର ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ଇନ୍ଦୋର ଏବଂ ବାରାଣାସୀରେ ଅଗ୍ରାଧିକାର ଭିତ୍ତିରେ ଏହି ସେବା ଆରମ୍ଭ କରାଯାଇଛି ଓ ଏଥିରେ ୨୫୦ ଜଣ ରାସ୍ତାକଡ ବିକ୍ରେତାଙ୍କୁ ସାମିଲ କରାଯାଇଛି। ଏହି ଯୋଜନା ଅଧୀନରେ ରାସ୍ତାକଡ ବିକ୍ରେତାମାନଙ୍କୁ ପଞ୍ଜୀକରଣ, ଟେକ୍ନୋଲୋଜି ଉପରେ ତାଲିମ, ମେନୁ ଡିଜିଟାଇଜେସନ୍ ଏବଂ ମୂଲ୍ୟ ନିର୍ଦ୍ଧାରଣ ସହିତ ସ୍ୱଚ୍ଛତା ଏବଂ ପ୍ୟାକେଜିଂ ଅଭ୍ୟାସ ଦିଗରେ ତାଲିମ ଦିଆଯିବ। ପାଇଲଟ୍ କାର୍ଯ୍ୟକ୍ରମର ସଫଳତା ପରେ ସାରା ଦେଶରେ ପର୍ଯ୍ୟାୟକ୍ରମେ ଏହା କାର୍ଯ୍ୟକାରୀ କରାଯିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories