www.samajalive.in
Friday, December 12, 2025
27.1 C
Bhubaneswar

ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁ ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୩ ଲକ୍ଷ, ଯାତାୟତ ପାଇଁ ନାକେଦମ୍‍

ଫୁଲବାଣୀ: ସ୍ୱାଧୀନତାର ୭୩ ବର୍ଷ ବିତିଗଲାଣି। ଗ୍ରାମାଞ୍ଚଳର ବିକାଶ କଥା କୁହାଯାଉଥିଲେ ମଧ୍ୟ ଏଭଳି ଏକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ଗାଁ ପାଇଁ ଥିବା ରାସ୍ତାର ମାତ୍ର ୧୦୦ ମିଟର କାମ ହୋଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ସେହି ସମୟରେ ୩ ଲକ୍ଷ ଟଙ୍କା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମୁଠେ ମଧ୍ୟ ମାଟି ପଡ଼ିନାହିଁ। ଫଳରେ ଯାତାୟତ ପାଇଁ ନାକେଦମ ହୋଇ ପଡ଼ୁଛନ୍ତି ଅଞ୍ଚଳବାସୀ। ଏଭଳି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ପଞ୍ଚାୟତର ନବଗୁମା ଗ୍ରାମର ଜାମ୍ମୁସାହି। ଉକ୍ତ ଗ୍ରାମରେ ପ୍ରାୟ ୧୬ ପରିବାର ବସବାସ କରିଥାନ୍ତି। ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ କିମ୍ବା ପିଇବା ପାଇଁ ପାଣିର ମଧ୍ୟ କୌଣସି ପ୍ରକାର ସୁବିଧା ନାହିଁ। କେବଳ କାଳରୁ ଏହି ଗ୍ରାମ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଗ୍ରାମର ବରିଷ୍ଠମାନେ।

ଗ୍ରାମକୁ ରାସ୍ତାଟିଏ ନିର୍ମାଣ ହୋଇନଥିବା ଯୋଗୁଁ ବାରମ୍ବାର ଦାବିପରେ ପରେ ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ତ୍ରୟଦଶ ଅର୍ଥ କମିଶନଙ୍କ ଦ୍ୱାରା ଗ୍ରାମକୁ ଏକ ପକ୍କାରାସ୍ତାପାଇଁ କରାଯାଇଥିଲା ନିଷ୍ପତି। ଏଥିପାଇଁ ବୟ ବରାଦ ରଖାଯାଇଥିଲା ମାତ୍ର ୩ ଲକ୍ଷ ଟଙ୍କା। ରାସ୍ତାକାମ ନିର୍ମାଣ ହୋଇଥିଲେ ମଧ୍ୟ ମାତ୍ର ୧୦୦ ମିଟର ରାସ୍ତା ନିର୍ମାଣ ପରେ ତାହା ବନ୍ଦ ହୋଇଯାଇଥିଲା। ଅର୍ଥର ଅଭାବ ଯୋଗୁଁ ଆଉ କାମ ହୋଇପାରିନଥିବା ସେହି ସମୟରେ ମଧ୍ୟ କାର୍ଯ୍ୟ ନେଇଥିବା ଠିକାଦାର ରୋକଠୋକ ଭାବେ ଶୁଣାଇ ଦେଇଥିଲେ। ସେହିଦିନ ଠାରୁ ଆଜି ମାଟି ମୁଠାଏ ମଧ୍ୟ ପଡ଼ିନାହିଁ ବୋଲି କହିଛନ୍ତି ଗ୍ରାମର ରଥିଆ ବେହେରା। ରାସ୍ତାଟିଏ ନଥିବା ଯୋଗୁଁ ଜରୁରି ସମୟରେ ଗ୍ରାମର କିଏ ଅସୁସ୍ଥ ହୋଇଗଲେ ଆମ୍ବୁଲାନ୍ସ ଟିଏ ଆସିପାରୁନାହିଁ କି ଗ୍ରାମର କିଏ ମଧ୍ୟ ଯାଇ ପାରୁନାହାନ୍ତି। ବର୍ଷା ହୋଇଗଲେ ଚିନ୍ତା ବଢିଯାଉଛି। ଯେଉଁ ମାଟି ରାସ୍ତାଟିଏ ଅଛି ତାହା ସଂପୂର୍ଣ୍ଣଭାବେ କାଦ ପଚ ପଚରେ ଭର୍ତ୍ତି ହୋଇ ଯାଉଛି। ଗ୍ରାମର କାହାରି ଘରେ ନିଆଁ ଲାଗିଗଲେ ମଧ୍ୟ ଦମକଳ ଆସିପାରିନଥିବା ଯୋଗୁଁ ଗତ ଦିନରେ ଲୋକଙ୍କ ସମ୍ମୁଖରେ ଘର ହୁତୁ ହୁତୁ ହୋଇ ଜଳିଯାଇଥିବାର ଦେଖାଯାଇଛି ବୋଲି କହିଛନ୍ତି ଗ୍ରାମର ଅଧିବାସୀ ମାନେ। ପାଣିର ଅସୁବିଧା ଯୋଗୁଁ ବିଳମାଳ ମଝିରେ ଥିବା ଏକ ଭଙ୍ଗା କୂଅରୁ ପାଣି ବ୍ୟବହାର କରୁଛନ୍ତି ଅଧିବାସୀ ମାନେ। କିନ୍ତୁ କୂଅଟି ବିଳମାଳ ମଝିରେ ଥିବା ଯୋଗୁଁ କୂଅକୁ ଯିବା ପାଇଁ ମଧ୍ୟ ରାସ୍ତା ନାହିଁ। ଫଳରେ ଅଧିକ ଜଳକଷ୍ଟଭୋଗୁଛନ୍ତି ଗ୍ରାମବାସୀ ମାନେ। ଏହି ବାବଦରେ ଅନେକ ସମୟରେ ଗ୍ରାମବାସୀ ମାନେ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି କିନ୍ତୁ କେବଳ ମିଳିଛି ପ୍ରତିଶୃତି। ଗ୍ରାମକୁ କିଛି ନହେଳେ ମଧ୍ୟ ପକ୍କା ରାସ୍ତା ଟିଏ ଏବଂ ପାଣିପାଇଁ ସୁବିଧା କରିଦେଲେ ଗ୍ରାମବାସୀ ଏକ ପ୍ରକାର ଜୀବନ ବିତାଇ ପାରିଥାନ୍ତେ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ବ୍ରହ୍ମା କୁାର ବେହେରା, ବିଷ୍ଣୁ ବେହେରା, ପଙ୍କଜ ବେହେରା, କର୍ଣ୍ଣ ବେହେରା ଓ ଅନ୍ୟମାନେ। ଜିଲା ଓ ବ୍ଳକ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories