www.samajalive.in
Monday, December 8, 2025
13.1 C
Bhubaneswar

ଯୋଗାଣ ଶୃଙ୍ଖଳାରେ ବିଶ୍ୱ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିଚାର କରୁଛି – ପୀୟୁଷ ଗୋୟଲ

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବିଶ୍ୱ ଭାରତକୁ ଯୋଗାଣ ଶୃଙ୍ଖଳାର ଏକ ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିଚାର କରୁଛି। ହିନ୍ଦୁସ୍ତାନ ଚାମ୍ବର ଅଫ୍ କମର୍ସର ୭୪ତମ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଗୋୟଲ କହିଛନ୍ତି ଯେ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଓ ଦ୍ରୁତ ପୁନରୁଦ୍ଧାରରେ ଭାରତ ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ତାହାକୁ ସମଗ୍ର ବିଶ୍ୱ ସ୍ୱୀକୃତି ଦେଇଛି। ସେ କହିଛନ୍ତି, ଆତ୍ମନିର୍ଭରଶୀଳ ହେବା, କାର୍ଯ୍ୟର ପରିସର ବିସ୍ତାର କରିବା, ଉତ୍ତମ ଉତ୍ପାଦନ ବ୍ୟବସ୍ଥା ପ୍ରଣୟନ କରିବା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଭାରତର ଦକ୍ଷତା ବିଶ୍ୱ ଦ୍ୱାରା ସ୍ୱୀକୃତିପ୍ରାପ୍ତ।

ଭାରତୀୟ ଶିଳ୍ପ ଦେଶର ଲୋକଙ୍କ ଆଶା ପୂରଣ କରିଛି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତେ ମିଳିତ ଭାବରେ ଆମର ବ୍ୟବସାୟିକ ଢାଞ୍ଚାର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛେ ଓ ସେଥିପାଇଁ ବିଭିନ୍ନ ସମସାମୟିକ ନୀତି, ଆଇନ ଏବଂ ବ୍ୟବସ୍ଥାଗୁଡ଼ିକୁ ପରିବର୍ତ୍ତନ କରିବା ପ୍ରକ୍ରିୟା ଚାଲିଛି।

- Advertisement -

ଅର୍ଥନୈତିକ ପୁନରୁଦ୍ଧାର ପ୍ରସଙ୍ଗରେ ସେ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବରରେ ରପ୍ତାନି ଗତ ବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି। ସେହି ସମୟ ମଧ୍ୟରେ ଜିଏସଟି ସଂଗ୍ରହ ୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରେଳବାଇ ୧୫ ପ୍ରତିଶତ ଅଧିକ ମାଲ ପରିବହନ କରିଛି। ସେ କହିଛନ୍ତି ଯେ ଭାରତ ପୁଣିଥରେ ଉଚ୍ଚ ଅଭିବୃଦ୍ଧି ସ୍ତରକୁ ଫେରିବ।

ଆମର ସମସ୍ତ ବ୍ୟବସାୟର ପୁନରୁଦ୍ଧାରକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନିଶ୍ଚିତ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଶିଳ୍ପ ଏବଂ ସରକାରଙ୍କ ସାମୂହିକ ପ୍ରୟାସ ହିଁ ଦେଶକୁ ପୁନରୁଦ୍ଧାର ପର୍ଯ୍ୟାୟରେ ଫେରିବାରେ ସାହାଯ୍ୟ କରିଛି। ସେ କହିଛନ୍ତି ଯେ ଜ୍ଞାନ କୌଶଳର ବ୍ୟବହାର ମାଧ୍ୟମରେ ଆମେ ସରକାରୀ, ବ୍ୟବସାୟ, ବାଣିଜ୍ୟ ଏବଂ ଶିଳ୍ପର ଅଗ୍ରଗତିକୁ ବଜାୟ ରଖିବାରେ ସକ୍ଷମ ହୋଇଛୁ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories