www.samajalive.in
Monday, December 8, 2025
13.1 C
Bhubaneswar

ସୀମା ଭିତ୍ତିଭୂମି ଓ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ତ୍ୱରାନ୍ୱିତ କରୁଛନ୍ତି ସରକାର – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସୀମା ଭିତ୍ତିଭୂମି ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ଦୃଢତାର ସହ କାର୍ଯ୍ୟ କରୁଛନ୍ତି। ହିମାଚଳ ପ୍ରଦେଶର ରୋହତାଙ୍ଗରେ ଅଟଳ ଟନେଲର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। କେବଳ ଅଟଳ ଜୀଙ୍କ ସ୍ୱପ୍ନ ନୁହେଁ ହିମାଚଳ ପ୍ରଦେଶର ଲୋକଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇଥିବାରୁ ଏହା ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମା ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ସଡ଼କ, ବ୍ରିଜ୍ ଏବଂ ଟନେଲ ନିର୍ମାଣ କାର୍ଯ୍ୟ ବ୍ୟାପକ ଭାବେ କରାଯାଉଛି। ସେ କହିଛନ୍ତି ଯେ ଏହାର ଲାଭ ସାଧାରଣ ଲୋକଙ୍କ ସହ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ମଧ୍ୟ ମିଳିପାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଟଳ ଟନେଲ କେବଳ ହିମାଚଳ ପ୍ରଦେଶର ଲୋକଙ୍କୁ ଉପକୃତ କରିବ ନାହିଁ ବରଂ ଲେହ-ଲଦାଖ ପାଇଁ ଜୀବନରେଖା ସାବ୍ୟସ୍ତ ହେବ। ସେ କହିଛନ୍ତି, ସରକାରଙ୍କ ପାଇଁ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତା ଠାରୁ ବଡ଼ କିଛି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଅଟଳ ଟନେଲ ଦେଇ ମନାଲିରେ ଥିବା ଟନେଲର ଦକ୍ଷିଣ ପାର୍ଶ୍ୱରୁ ଲାହୁଲ-ସ୍ପିତିର ସିସୁର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଯାଇଥିଲେ ଓ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଲାହୋଲ ଉପତ୍ୟକାର ସିସୁ ଏବଂ ମନାଲିର ସୋଲାଙ୍ଗରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories