www.samajalive.in
Thursday, December 11, 2025
14.1 C
Bhubaneswar

ଆଜି ୟୁପିଏସ୍‌ସି ପ୍ରିଲିମିନାରୀ; ୧୦.୫୮ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ। କୋଭିଡ଼ କଟକଣାକୁ ପାଳନ କରି ଉପରୋକ୍ତ ପରୀକ୍ଷା କରାଯିବ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୭୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବା ୟୁପିଏସ୍‌ସି ପକ୍ଷରୁ ଜଣାପଡ଼ିଛି। ଚଳିତ ବର୍ଷ ଦେଶରୁ ପ୍ରାୟ ୧୦.୫୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ସେମାନେ ଫେବୃଆରୀ ୧୨ରୁ ଅନଲାଇନ ଫର୍ମ ପୂରଣ କରିଥିଲେ। ଓଡ଼ିଶାର କଟକ ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷାର୍ଥୀ ହାତ ସାନିଟାଇଜ କରିବା ନିମନ୍ତେ ପାଖରେ ସାଇନିଟାଇଜର ରଖିପାରିବେ; କିନ୍ତୁ ହାତରେ କେବଳ କଳାରଙ୍ଗର ବଲ୍ ପଏଣ୍ଟ ପେନ୍ , ଆଡମିଟ୍ କାର୍ଡ ଏବଂ ପାସପୋର୍ଟ ନେଇପାରିବେ। ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ସମୟର ୧୦ ମିନିଟ ପୂର୍ବରୁ କେନ୍ଦ୍ରରୁ ମୁଖ୍ୟ ଫାଟକ ବନ୍ଦ କରି ଦିଆଯିବ। ଏହି ସମୟରେ କୌଣସି ପରୀକ୍ଷାର୍ଥୀ ଆସିଲେ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ସୂଚନାଯୋଗ୍ୟ, ଏହି ପରୀକ୍ଷା ମେ ୩୧ ରେ ଅନୁଷ୍ଠିତ ହେବାର ଥିଲା; କିନ୍ତୁ କରୋନା ଯୋଗୁଁ ପରୀକ୍ଷାକୁ ଜୁଲାଇ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇ ଥିଲା। ହେଲେ ପରିସ୍ଥିତିରେ ସ୍ୱାଭାବିକ ଫେରି ନଆସିବାରୁ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା କରାଯାଇ ପାରିଲା ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆୟୋଗ ଅକ୍ଟୋବର ୪ରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories