www.samajalive.in
Thursday, December 11, 2025
14.1 C
Bhubaneswar

ବଲିଉଡରେ ଡ୍ରଗ୍ସ କାରବାରକୁ ଅକ୍ଷୟଙ୍କ ସ୍ବୀକାର

ମୁମ୍ବଇ : ବଲିଉଡରେ ମାଦକ ଦ୍ରବ୍ୟ (ଡ୍ରଗ୍ସ) କାରବାରକୁ ନେଇ ଚର୍ଚ୍ଚା ଓ ତଦନ୍ତ ଚାଲିଥିବାବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ଅଭିନେତା ଅକ୍ଷୟ କୁମାର। ଏକ ଭିଡିଓ ବାର୍ତ୍ତାରେ ଅକ୍ଷୟ କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସ କାରବାର ଚାଲିଛି। ତେବେ ଏହି ଡ୍ରଗ୍ସ କାରବାରରେ ସମସ୍ତେ ସାମିଲ ନୁହନ୍ତି। ଡ୍ରଗ୍ସ କାରବାର ପାଇଁ ପ୍ରତ୍ୟେକ କଳାକାରକୁ ଗୋଟିଏ ଦୃଷ୍ଟିକୋଣରେ ବିଚାର କରାଯିବା ଠିକ୍ ନୁହେଁ। ତେବେ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ନକାରାତ୍ମକ ଭାବେ ଉପସ୍ଥାପନ କରାଯିବା ଠିକ ନୁହେଁ। ସେ କହିଛନ୍ତି ଯେ ଚଳଚ୍ଚିତ୍ର କେବଳ ଏକ ଶିଳ୍ପ ନୁହେଁ। ଚଳଚ୍ଚିତ୍ର ମାଧ୍ୟମରେ ଆମେ ଭାରତୀୟ ସଂସ୍କୃତି, ମୂଲ୍ୟବୋଧ ବିଶ୍ବର କୋଣ ଅନୁକୋଣରେ ପ୍ରଚାରିତ କରୁଛୁ। ସେ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପରେ ଅନେକ ତଥ୍ୟ ପଦାକୁ ଆସିଛି। ତେଣୁ ଆମେ ସମସ୍ତେ ଆତ୍ମସମୀକ୍ଷା କରିବା ଦରକାର। ଆମ ପଛରେ କ’ଣ ସବୁ ଘଟୁଛି ତାକୁ ଧ୍ୟାନ ଦେବା ଦରକାର। ସୂଚନାଯୋଗ୍ୟ ବଲିଉଡରେ ଡ୍ରଗ୍ସ କାରବାର ଉପରେ ନାର୍କୋଟିକ୍ କ​‌େ​‌ଣ୍ଟ୍ରାଲ ବ୍ୟୁରେ ତଦନ୍ତ କରୁଥିବାବେଳେ ଅନେକ କଳାକାରଙ୍କୁ ଜେରା ସହିତ ଗିରଫ କରିସାରିଲାଣି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories