www.samajalive.in
Wednesday, December 10, 2025
26.1 C
Bhubaneswar

ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ମୋ ବସ୍ ସେବା

ଭୁବନେଶ୍ୱର : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ରବିବାର ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ନିମନ୍ତେ କ୍ରୁଟ ପକ୍ଷରୁ ଭୁବନେଶ୍ୱରରୁ କଟକକୁ ମୋ ବସ୍‌ସେବା ଉପଲବ୍ଧ କରାଯାଇଛି। ରୁଟ ନଂ ୧୬ ଏବଂ ୧୮ରେ ପ୍ରତି ୧୦ ମିନିଟ ଏବଂ ୧୫ ମିନିଟ ବ୍ୟବଧାନରେ ମୋ ବସ୍ ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ରୁଟ୍ ନଂ ୧୬ ମାଷ୍ଟରକ୍ୟାଣ୍ଟିନ ଏବଂ ରୁଟ୍ ନଂ ୧୮ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ସକାଳ ୬ଟାରୁ ପ୍ରତି ୧୦ ମିନିଟ ବ୍ୟବଧାନରେ ୪ଟି ଲେଖାଏଁ ବସ୍ କଟକ ବିଜୁ ପଟ୍ଟନାୟକ ପାର୍କ ଅଭିମୁଖେ ବାହାରିବ। ସେହିପରି କଟକରୁ ଅପରାହ୍ଣ ୪.୫୦ରୁ ୫.୩୫ ମିନିଟ ମଧ୍ୟରେ ପ୍ରତି ୧୫ମିନିଟ ବ୍ୟବଧାନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଏବଂ ବରମୁଣ୍ଡାକୁ ବସ୍ ଫେରିବ। ତେବେ ୟୁପିଏସ୍‌ସି ପରୀକ୍ଷା ପାଇଁ ଭୁବନେଶ୍ୱର ଏବଂ କଟକ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। କେନ୍ଦ୍ରକୁ ବିଦ୍ୟାର୍ଥୀ ଯିବା ଆସିବା କରିବା ପାଇଁ କିଭଳି ଅସୁବିଧାରେ ସମ୍ମୁଖୀନ ନହେବେ ସେଥିପାଇଁ କ୍ରୁଟ ପକ୍ଷରୁ ମୋ ବସ ସେବାକୁ ଗୁରୁତ୍ୱ ଦିଆଯାଇଛି। ରୁଟ୍ ନଂ-୧୬ରେ ପ୍ରଥମ ବସ୍ ମାଷ୍ଟରକ୍ୟାଣ୍ଟିନରୁ ବସ ସକାଳ ୬ଟା, ଦ୍ୱିତୀୟ ବସ୍ ୬.୧୦ମିନିଟ, ତୃତୀୟ ବସ୍ ୬.୨୦ ମିନିଟ ଏବଂ ଚତୁର୍ଥ ବସ୍ ସାଢେ ୬ଟାରେ ଛାଡିବ। ବସ୍‌ଗୁଡ଼ିକ ଶ୍ରୀୟା ଛକ, ସତ୍ୟନଗର, ବାଣୀବିହାର, ରସୁଲଗଡ, ହଂସପାଳ, ପାହଳ, ନଖରା, ପ୍ରତାପନଗରୀ, ବାଲିକୁଦା, ଗୋପଳପୁର ରେଲୱେ ଷ୍ଟେସନ, ଖପୁରିଆ ଏବଂ ଲିଙ୍କରୋଡ ହୋଇ ବିଜୁ ପଟ୍ଟନାୟକ ପାର୍କକୁ ଯିବ। ସେହିପରି ବିଜୁପଟ୍ଟନାୟକ ପାର୍କରୁ ପ୍ରଥମ ବସ୍ ଅପରାହ୍ଣ ୪.୫୦ ମିନିଟ୍, ଦ୍ୱିତୀୟ ବସ୍ ୫.୫ମିନିଟ, ତୃତୀୟ ବସ୍ ୫.୨୦ମିନିଟ ଏବଂ ଚତୁର୍ଥ ବସ୍ ୫.୩୫ମିନିଟରେ ମାଷ୍ଟାରକ୍ୟାଣ୍ଟିନ ଅଭିମୁଖେ ଛାଡିବ।
ରୁଟ୍ ନଂ-୧୮ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ପ୍ରଥମ ବସ୍ ସକାଳ ୬ଟା, ଦ୍ୱିତୀୟ ବସ ୬.୧୦ମିନିଟ, ତୃତୀୟ ବସ୍ ୬.୨୦ମିନିଟ ଏବଂ ଚତୁର୍ଥ ବସ୍ ୬.୩୦ମିନିଟରେ ଛାଡିବ। ଜୟଦେବ ବିହାର, ବାରଙ୍ଗ, ପାଲାମଣ୍ଡପ, ଲିଙ୍କରୋଡ, ଓଏମପି ଛକ, ଶିଖରପୁର ହୋଇ ଜଗତପୁର ଯିବ। ଜଗତପୁରରୁ ପ୍ରଥମ ବସ୍ ଅପରାହ୍ଣ ୪.୫୦ମିନିଟ, ଦ୍ୱିତୀୟ ବସ ୫.୫ମିନିଟ, ତୃତୀୟ ବସ ୫.୨୦ମିନିଟ ଏବଂ ଚତୁର୍ଥ ବସ ୫.୩୫ମିନିଟରେ ଛାଡିବ। ଏହି ବସଗୁଡିକ ବରମୁଣ୍ଡାରେ ସନ୍ଧ୍ୟା ୬.୩୦ମିନିଟରୁ ପ୍ରତି ୧୫ମିନିଟ ବ୍ୟବଧାନରେ ପହଞ୍ଚିବ ବୋଲି କ୍ରୁଟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories